୧୫ ଗୋଟି ଦାବିକୁ ନେଇ କଂଗ୍ରେସର ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ ଆଗରେ ଧାରଣା

ଚିତ୍ରକୋଣ୍ଡା, ୧୧/୦୩/୨୪: ମାଲକାନଗିରି ଜିଲା ପ୍ରଦେଶ କଂଗ୍ରେସ ଦ୍ଵାରା ଚିତ୍ରକୋଣ୍ଡା ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ ବିଭିନ୍ନ ଦାବିକୁ ନେଇ ଚିତ୍ରକୋଣ୍ଡା ବ୍ଲକ ସମ୍ମୁଖରେ ଧାରଣା । ଚିତ୍ରକୋଣ୍ଡା ବ୍ଲକ ସଭାପତି ବିଦେଶୀ ଗଉଡ଼ଙ୍କ ଆହ୍ୱାନ କ୍ରମେ ଜିଲା ସଭାପତି ଗୋବିନ୍ଦ ପାତ୍ର, ଶରତ ଚନ୍ଦ୍ର ବୁରୁଦା ,ଚିତ୍ରକୋଣ୍ଡା ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ବିନତି ଖିଲ, ଚିତ୍ରକୋଣ୍ଡା ବ୍ଲକର ୧୮ ଗୋଟି ପଞ୍ଚାୟତର ବହୁ କଂଗ୍ରେସ କର୍ମୀଙ୍କୁ ନେଇ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଗେଟ ସମ୍ମୁଖରେ ଏକ ସଭା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟତଃ ୧୮ ଗୋଟି ପଞ୍ଚାୟତର ସମସ୍ତ ୱାର୍ଡରେ ଥିବା ପାନୀୟ ଜଳ ସମସ୍ୟାର ସମାଧାନ କରିବା, ଟେମ୍ପରାରି କଲୋନୀରୁ ଚିତ୍ରକୋଣ୍ଡା ମାର୍କେଟ ଦେଇ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ, ଆବାସ ଯୋଜନା ହିତାଧିକାରୀଙ୍କୁ ୱର୍କ ଅର୍ଡର ପ୍ରଦାନ କରିବା, ପ୍ରତ୍ୟକ ୱାର୍ଡରେ ରାସନ ଓ ଭତ୍ତା ଦେବାକୁ ବ୍ୟବସ୍ଥା କରିବା, ଚିତ୍ରକୋଣ୍ଡା ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ଓ ଯାତ୍ରୀ ପ୍ରତୀକ୍ଷାଳୟର ସଫେଇ ବ୍ୟବସ୍ଥା କରିବା, ସ୍ପିଲବେ ଠାରୁ ପାପଲୁର ପର୍ଯ୍ୟନ୍ତ ରାସ୍ତା ମରାମତି କରିବା, ଚିତ୍ରକୋଣ୍ଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବୁହା ଗାଡି ସହ ୧୦୨ ଆମ୍ବୁଲାନସର ବ୍ୟବସ୍ଥା କରିବା, ଦୋରାଗୁଡା ଓ ଟନେଲ କ୍ୟାମ୍ପ ପଞ୍ଚାୟତରେ ୫୦ରୁ ଉର୍ଦ୍ଧ ପରିବାର ଏକ ବର୍ଷ ହେବ ଚାଉଳ ପାଉନଥିବା ଅଭିଯୋଗର ତଦନ୍ତ କରିବା, ଦୋରାଗୁଡା ଘାଟରେ ତୁରନ୍ତ ନୂତନ ଡ଼ଙ୍ଗାର ବ୍ୟବସ୍ଥା କରିବା, ପାପଲୁର ଚିକିତ୍ସାଳୟ ବାହାରେ ପାଚେରୀ, ଲାଇଟ ମାଗଣା ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ଏପରି ୧୫ ଗୋଟି ଦାବିକୁ ନେଇ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ପରେ ଚିତ୍ରକୋଣ୍ଡା ବିଡ଼ିଓ ତନ୍ନମୟ ପାତ୍ର କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରି ସମସ୍ୟା ଗୁଡିକର ସମାଧାନ କରିବାପାଇଁ ପ୍ରତିଶୃତି ଦେବାପରେ କଂଗ୍ରେସ କର୍ମୀ ଧାରଣରୁ ଉଠିଥିଲେ ।

Leave A Reply

Your email address will not be published.