ମାଲକାନଗିରି ପୌର ପରିଷଦ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣି ଭିଜିଲାନ୍ସ ତଦନ୍ତ ଦାବି କଲା ଜିଲ୍ଲା କଂଗ୍ରେସ କମିଟି
ମାଲକାନଗିରି: ମାଲକାନଗିରି ପୌର ପରିଷଦ ଅଧୀନରେ ବିଭିନ୍ନ ୱାର୍ଡରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କଲା ଜିଲ୍ଲା କଂଗ୍ରେସ କମିଟି ମାଲକାନଗିରି । ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କମିଟି ମାଲକାନଗିରି ପୌର ପରିଷଦ ଅଧୀନସ୍ଥ ବିଭିନ୍ନ ୱାର୍ଡରେ ଚାଲିଥିବା ଟେଣ୍ଡର କାର୍ଯ୍ୟର ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର ରାସ୍ତା କାର୍ଯ୍ୟ ଠାରୁ ଆରମ୍ଭ କରି ପେଭର, ଡ୍ରେନ କାର୍ଯ୍ୟ ଗୁଡ଼ିକର ଭିଜିଲାନ୍ସ ତଦନ୍ତ ଦାବି କରି ଏକ ଲିଖିତ ଅଭିଯୋଗ ପତ୍ର ମାଲକାନଗିରି ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବିଭିନ୍ନ ୱାର୍ଡରେ କରାଯାଇଥିବା ଟେଣ୍ଡର କାର୍ଯ୍ୟର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛି ଜିଲ୍ଲା କଂଗ୍ରେସ କମିଟି। ଆଜିର ଏହି ଅବସରରେ ମାଲା ମାଡ଼ି, ଜି ଶ୍ରୀନିବାସ ରାଓ, କେଶୁ ରାଓ, ସରୋଜ କୁମାର ପାତ୍ର, ପ୍ରାଣ କୃଷ୍ଣ ମଣ୍ଡଳ, ଇସାକ ଖୋସଲା, ଚବି ଦାସ, ପଦ୍ମ ଚରଣ ପାଙ୍ଗି, ଭିମା ୱାରସେ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।