ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ଠାରେ ଉତ୍କର୍ଷ ଶିକ୍ଷା କେନ୍ଦ୍ରର ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ ମାଧ୍ୟମରେ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଣେଇସି କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ଏହି ଉତ୍କର୍ଷ ଶିକ୍ଷା କେନ୍ଦ୍ର। ଏଠାରେ ଉର୍ଣ୍ଣତମାନର ଶିକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ଗରିବ ଆଦିବାସୀ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଏଭଳି ପ୍ରୟାସ କରାଯାଇଛି। ଏଠି ସ୍ମାର୍ଟ କ୍ଲାସ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲେବ ରହିଛି। ଏହା ସହ ସୁନ୍ଦର ପାର୍କ ସାଙ୍ଗକୁ ପିଲାଙ୍କ ଖେଳ ପାଇଁ ବ୍ୟାଡମିଣ୍ଟେନ, ବାସ୍କେଟ ବଲ ଏବଂ ଖୋକ ଖେଳିବା ପାଇଁ ବ୍ୟବସ୍ଥା କରାଯାଇଛି। ଆହୁରି ପିଲାଙ୍କ ପାଇଁ ଆକ୍ଟିଭିଟି ସେଣ୍ଟର ,ଯୋଗ ଶିକ୍ଷା ବ୍ୟବସ୍ଥା ରହିଛି। ଏହି ଉତ୍କର୍ଷ ଶିକ୍ଷା କେନ୍ଦ୍ରରେ ୬୦୦ ଛାତ୍ରଛାତ୍ରୀ ବର୍ତ୍ତମାନ ସୁବିଧା ପାଇବେ । ସ୍ବାଭିମାନ ଅଞ୍ଚଳରେ ଯେମିତି କୌଣସି ପିଲା ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସମସ୍ତଙ୍କୁ ଏଠି ଉର୍ଣ୍ଣତମାନର ଶିକ୍ଷା ଦିଆଯିବ। ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ପାଇଁ ସ୍ବାଭିମାନ ଅଞ୍ଚଳବାସୀ ବେଶ ଖୁସି ପ୍ରକଟ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସଚିନ ପାୱାର, ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ଜୟଶ୍ରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ଓ ଏପିଡି ମାନସ କୁମାର ମିଶ୍ର, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜେନା ମଣି ପାଣ୍ଡେ, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ କର, ଦୁଷ୍ମନ୍ତ ସେଠ୍ ପ୍ରମୁଖ ଅଧିକାରୀ ମାନଙ୍କ ସହ ୬୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.