ସରସ୍ବତୀ ଶିଶୁ ମନ୍ଦିରରେ କଣ୍ଡେଇ ଦିବସ ପାଳିତ

ଚିତ୍ରକୋଣ୍ଡା, ୨୨/୦୩/୨୪: ଗତକାଲି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁତ ସ୍ଥାନୀୟ ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟର ସଭାପତି ଖିରୋଦ ବେହେରାଙ୍କ ଅଧକ୍ଷତାରେ ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଭାଇ ତଥା ଭଉଣୀ ମାନଙ୍କୁ ନେଇ ସମସ୍ତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କଣ୍ଡେଇ ଦିବସ ପାଳନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ପ୍ରାରମ୍ଭ ତଥା ବୋଧର ଭାଇ ଭଉଣୀ ମାନେ ମାଟି, ସୁତା ଓ କାଠ, କପଡ଼ା ଓ ଭେଲଭେଟ ସୁତାରେ ତିଆରି କଣ୍ଡେଇ, ପଶୁ ପକ୍ଷୀ ତଥା ବିଭିନ୍ନ ସାମଗ୍ରୀ ତିଆରି କରି ବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ l ଓଡିଶା ଶିକ୍ଷା ବିକାଶ ନୀତି ଅନୁଯାଇ ଛୋଟ ଛୋଟ ଭାଇ ଭଉଣୀଙ୍କ ଦକ୍ଷତା ଓ ଜ୍ଞାନର ବିକାଶ ନିମନ୍ତେ ନୁର୍ତ୍ତନ ଶିକ୍ଷା ନୀତି ଆପଣେଇବା ପାଇଁ ଆରମ୍ଭ କରାଯାଇଛି l କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ରୀତି ଅନୁଯାଇ ଶୁଭାରମ୍ଭ କରାଯାଇ ପ୍ରତି ପିଲାଙ୍କୁ ପ୍ରଦର୍ଶନ କରାଯାଇଥିବା କଣ୍ଡେଇକୁ ବୁଲାଇ ଦେଖାଇଥିଲେ ବିଭିନ୍ନ ପ୍ରଶ୍ନ ଉତ୍ତର କରାଯାଇ ପିଲାଙ୍କୁ ଉତ୍ସାହିତ କରାଯାଇଥିଲା ଏଇଟା କଣ, କେଉଁଥିରେ ତିଆରି, କେଉଁଠି ରହେ କେଉଁ କାମରେ ଲାଗେ ଇତ୍ୟାଦି ପିଲାଙ୍କ ସହ ଆଲୋଚନା କରାଯାଇଥିଲା l ପରେ ପିଲାଙ୍କୁ କଣ ଶିଖିଲ ବୋଲି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କଣ୍ଡେଇ ଦିବସକୁ ଗୁରୁଜୀ ସୁବାସ ମାଝୀ, ଭାସ୍କର ଗୁଡ଼ିଆ, ସୌମ୍ୟ ରଞ୍ଜନ ଗୁଡ଼ିଆ ଏବଂ ଗୁରୁମା ସବିତାମୟୀ ମହାପାତ୍ର, ସୁମତି ସ୍ୱାଇଁ, କେ ଭାରତୀ ରାଓ, ବାସନ୍ତୀ ଜାନି, ପ୍ରତିମା ବିରୁଡ଼ି ଓ ମନୋରମା ଗୁଡ଼ିଆ କାର୍ଯ୍ୟକ୍ରମ ଆଗେଇ ନେଇଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ପାଦକ ଶଶାଙ୍କ ଶେଖର କର, କୋଷାଧକ୍ଷ ହେମନ୍ତ ନାୟକ, ଉପ ସଭାପତି ଗୁରୁ ଚରଣ ଘଡ଼ାଇ, ଯୁଗ୍ମ ସମ୍ପାଦକ ମନୋଜ ପାତ୍ର ଏବଂ ବୈଦୁତିକ କମିଟି ସଦସ୍ୟ ରତ୍ନାକର ପ୍ରଧାନ, ଦେବେନ୍ଦ୍ର ସାହୁ ଓ ଉତ୍ତମ ରାୟ ପରିଚାଳନାରେ ସହଯୋଗ କରିଥିଲେ l

Leave A Reply

Your email address will not be published.