ବନ ବିଭାଗର ସଫଳତା: ଝିଙ୍କ ପକ୍ଷୀ ଶିକାର ଓ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ, ୯ କେଜି ୮୦୦ ଗ୍ରାମ ମାଂସ ଜବତ

ମାଲକାନଗିରି: ମାଲକାନଗିରି ବନ ବିଭାଗ ସହକାରି ବନ ସଂରକ୍ଷକ ସୂଚନା ଅନୁଯାଇ ଆଜି ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅନ୍ତର୍ଗତ ପତ୍ରପୁଟ ଗ୍ରାମରେ କିଛି ଲୋକ ଝିଙ୍କ ପକ୍ଷୀ ଶିକାର କରି ମାଂସ କାଟି ଭାଗ ବଣ୍ଟା କରୁଥିବାର ବନ ବିଭାଗ ନିକଟରେ ଖବର ପହଂଚିଥିଲା । ଏହି ଖବର ପାଇ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବନପାଳ ପବିତ୍ର କୁମାର ଦାଶ, ଜଗବନ୍ଧୁ ପାତ୍ର, ବନରକ୍ଷୀ ଦିଲୀପ କୁମାର ଡାକୁଆ, ଦିପ୍ତୀ ରଞ୍ଜନ ନାୟକ, ଖଗେଶ୍ୱର ପଟନାୟକ, ପାରା ଷ୍ଟାଫ ସଦାଶିବ ସଗରିଆ, ଦେବେନ୍ଦ୍ର ଦଳେଇ, ନିରଞ୍ଜନ ପାଙ୍ଗି, ପଦମନ ନାୟକ ଏହି ୯ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସେହି ଗାଁ ଉପରେ ଚଡାଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ସେଠରେ ଜମି ଥିବା ଲୋକମାନେ ଦୌଡ଼ି ପଳାଇଥିଲେ। ବନ ବିଭାଗ କର୍ମଚାରୀ ଗୋଡ଼ାଇ ଜଣଙ୍କୁ ଧରିଥିଲେ। ତାଙ୍କ ନିକଟରୁ କଟୁରୀ, ଟାଙ୍ଗିଆ, ୫୬ଟି ଝିଙ୍କ ପକ୍ଷୀ କାଠି, ୯ କେଜି ୭୦୦ ଗ୍ରାମ ଝିଙ୍କ ପକ୍ଷୀ କଟା ମାଂସ ଜବତ କରି ଗିରଫ କରିଥିଲେ। ଜଙ୍ଗଲର ଝିଙ୍କ ପକ୍ଷୀ ବେଆଇନ ଶିକାର ଓ ମାଂସ ବିକ୍ରି ଅଭିଯୋଗରେ ପତ୍ରପୁଟ ଗ୍ରାମର ମାଧବ ଚାଲାଣ (୬୪)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.