ଓଡିଶା ମୁଖ୍ୟ ଶାସନ ସଚିବଙ୍କ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା, ୦୫/୦୪/୨୦୨୪: ଆଜି ଓଡିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ କାର୍ଯ୍ୟକ୍ରମରେ ଆସି ପ୍ରଥମେ ଚିତ୍ରକୋଣ୍ଡା ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ କରିବା ପରେ ସ୍ୱାଭିମାନ ଅଞ୍ଚଳର ହ୍ୱନ୍ତାଳଗୁଡା ଠାରେ ଥିବା ବିଏସଏଫ କ୍ୟାମ୍ପରେ ପହଂଚି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ସେଠାରେ କାର୍ଯ୍ୟରତ ଯବାନଙ୍କ ସହ ମିଶିଥିଲେ । ସେଠାରୁ ଆସି ବଡ଼ପଡା ଠାରେ ଥିବା ଏଜୁକେସନାଲ କମ୍ପ୍ଲେକ୍ସ ବୁଲି ଦେଖିଥିଲେ ପରେ ବଡ଼ପଡା ଠାରେ ବସୁଧା ଯୋଜନାରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଗୁରୁପ୍ରିୟା ସେତୁ ବୁଲି ଦେଖିଥିଲେ । ଓଡିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଏହି ଗସ୍ତ ସମୟରେ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର, ସିଡ଼ିଓ ନରେଶ ଚନ୍ଦ୍ର ଶବର, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ, ଏସ ପି ନୀତେଶ ଓ୍ଵାଧଓ୍ଵାନୀ, ବି ଏସ ଏଫ ୧୭୭ ବାଟାଲିୟନ ଟୁ ଆଇସି ଟି କେ ଛତ୍ରୀ, ଚିତ୍ରକୋଣ୍ଡା ବିଡ଼ିଓ ତନ୍ମୟ ପାତ୍ର, ଏ ପି ଡି ଫାଇନାନ୍ସ ମାନସ ମିଶ୍ର, ତହସିଲଦାର ନଟବର ଗରଡ଼ାଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.