ଆଉ ୨ ଜିଲ୍ଲାରେ ନୂଆ ଏସପି

ନିର୍ବାଚନ କମିଶନ ଗତ ଏପ୍ରିଲ ୩ ତାରିଖରେ ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ ଓ ବ୍ରହ୍ମପୁର ଏସପି ସର୍ଭଣା ବିବେକ୍ ଏମଙ୍କ ସମେତ ଅନ୍ୟ ୪ଜଣ ଆଇପିଏସ୍ ଓ ୨ଜଣ ଆଇଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ଆଉ ୨ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ନିର୍ବାଚନ କମିଶନ ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇ ୩ଟି ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ଦେଇଥିଲେ ।

ନିର୍ବାଚନ କମିଶନଙ୍କ ସଚିବ ରାକେଶ କୁମାର  ଆଜି ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଲେଖି ବ୍ରହ୍ମପୁର ପୁଲିସ ଏସପି ଭାବେ ୨୦୦୭ ବ୍ୟାଚ୍ ଆଇପିଏସ୍ ସାର୍ଥକ ଷଡ଼ଙ୍ଗୀ ଓ ଖୋର୍ଦ୍ଧା ପୁଲିସ ଏସପି ଭାବେ ୨୦୦୭ ବ୍ୟାଚ୍ ଆଇପିଏସ୍ ଅଶ୍ୱିନୀ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଉଭୟ ଅଫିସରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରି ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଅନୁପାଳନ ରିପୋର୍ଟ ପଠାଇବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନ ଗତ ଏପ୍ରିଲ ୩ ତାରିଖରେ ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ ଓ ବ୍ରହ୍ମପୁର ଏସପି ସର୍ଭଣା ବିବେକ୍ ଏମଙ୍କ ସମେତ ଅନ୍ୟ ୪ଜଣ ଆଇପିଏସ୍ ଓ ୨ଜଣ ଆଇଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ରାଜ୍ୟ ସରକାରଙ୍କୁ ଏସବୁ ପଦବୀରେ ନିଯୁକ୍ତି ଦେବା ନିମନ୍ତେ ଅଫିସରଙ୍କ ୩ଜଣିଆ ତାଲିକା ପଠାଇବାକୁ କହିଥିଲେ । ଉକ୍ତ ତାଲିକା ଆଧାରରେ ନିର୍ବାଚନ କମିଶନ ଆଜି ୨ଜଣ ଆଇପିଏସଙ୍କୁ ବ୍ରହ୍ମପୁର ଓ ଖୋର୍ଦ୍ଧା ଏସପି ଭାବେ ମନୋନୀତ କରିଛନ୍ତି ।

Leave A Reply

Your email address will not be published.