ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ, ସାମ୍ବାଦିକଙ୍କ ନ୍ୟାର୍ଜ୍ୟ ଦାବି ନିମନ୍ତେ ଆଖିରେ କଳା ପଟି ବାନ୍ଧି ପ୍ରତିବାଦ

ମାଲକାନଗିରି, ୮।୪: ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସ୍ଵଗତ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟ ମାନେ ସରକାର ସାମ୍ବାଦିକ ମାନଙ୍କ ୫ ଦଫା ଦାବି ପୂରଣ କରି ନଥିବାରୁ ଆଖିରେ କଳା ପଟି ବାନ୍ଧି ଏହାର ପ୍ରତିବାଦ କରିଥିଲେ । ପରେ ପରେ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ମୁଖ୍ୟ ବକ୍ତା ଭାବେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁ ଧର ପଣ୍ଡା ଯୋଗ ଦେଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଦତ୍ତ ସାହୁ, ଜିଲ୍ଲା ସଭାପତି ଦୁର୍ଯୋଧନ ପାତ୍ର, କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘରେ ବରିଷ୍ଠ ସାମ୍ବାଦିକ ତଥା ଓକିଲ ସଂହାର ପୂର୍ବତନ ସଭାପତି ନୃଶିହ ଚରଣ ମହାନ୍ତି, ବରିଷ୍ଠ ସାମ୍ବାଦିକ ନିରଞ୍ଜନ ମଲ୍ଲ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟତା ଗ୍ରହଣ କରିଥିଲେ । ରାଜ୍ୟ ସଭାପତି ଶ୍ରୀ କର ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପଣ୍ଡା ଉଭୟଙ୍କୁ ଉତ୍ତରୀୟ ଓ ଫୁଲ ତୋଡା ଦେଇ ସ୍ଵଗତ କରିଥିଲେ । ପରେ ପରେ ସଂହାର ବିଭିନ୍ନ ସାଙ୍ଗଠନିକ ବିଷୟରେ ସଦସ୍ୟ ମାନେ ନିଜର ମତାମତ ପ୍ରଦାନ କରିଥିଲେ । ପ୍ରତି ତିନି ମାସରେ କାର୍ଯ୍ୟକାରୀ କମିଟି ବୈଠକ ସହ ସପ୍ତାହରେ ଗୋଟିଏ ଦିନ ସଂଘ କାର୍ଯ୍ୟଳୟରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ବୈଠକ କରି ସଂହାର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ । ପୁରା ପରି ସଂଘ ତାର ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ଏହି ଅବସରରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘର କୋଷଧକ୍ଷ ହୃଷୀକେସ ଶେଠୀ, ସହକାରୀ ସମ୍ପାଦକ ଅପୂର୍ବ ଥଣ୍ଡର, କାର୍ଯ୍ୟଳୟ ସମ୍ପାଦକ ସତ୍ୟ ନାରାୟଣ ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୬୦ରୁ ଊର୍ଦ୍ଧ୍ଵ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଘର କାର୍ଯ୍ୟକାରୀ ସଦସ୍ୟ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.