ଆଇଏଏସ୍ ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ । ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଆଇନ୍ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

୧୯୯୬ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ। ବର୍ତ୍ତମାନ ସେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଅଛନ୍ତି। ପୂର୍ବରୁ ମଧ୍ୟ ଭି.ଭି.ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଥିଲେ।

ପରେ ପୂର୍ଣ୍ଣକାଳୀନ ଭାବେ ଆଇଏଏସ୍ ରଞ୍ଜନ ଦାସଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ତାଙ୍କ ବଦଳି ପରେ ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ ସମର୍ଥ ବର୍ମା। ଏବେ ପୁଣି ଥରେ ଭି.ଭି.ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.