xmas

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ।

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଟିକେଟ କାଟିବା ଦେବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ। କଂଗ୍ରେସ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ତଳସରାରୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ତାଙ୍କ ଟିକେଟ କାଟି ଦେବେନ୍ଦ୍ର ଭିଟାରିଆଙ୍କୁ ଦଳ ସେଠାରୁ ପ୍ରାର୍ଥୀ କରିଥିଲା।

ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ। ରାଜନୀତି କରିବାକୁ ପ୍ରବଳ ଇଚ୍ଛା ନେଇ ଆସିଥିବା ପ୍ରବୋଧ ପ୍ରଥମରୁ ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ରାଜନୀତିରେ ରହି ତଳସରା ଅଞ୍ଚଳର ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ଚାକିରି ଛାଡ଼ି ଦେଇଛନ୍ତି। 

ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲି କିନ୍ତୁ ବିଫଳ ହେଲି । ଲୋକଙ୍କ ସେବା କରିବାକୁ କଂଗ୍ରେସରେ ସାମିଲ ହୋଇଥିଲି କିନ୍ତୁ ଦଳରେ ସମ୍ମାନ ମିଳିଲାନି । ଏବେ କଂଗ୍ରେସ ଛାଡ଼ିଲି କର୍ମୀଙ୍କ ସହ ଆଲୋଚନା କରି ଆଗକୁ ନିଷ୍ପତ୍ତି କ’ଣ ନେବି ସେ ବାବଦରେ ଜଣାଇବି ।

Leave A Reply

Your email address will not be published.