xmas

ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କହିଲେ ବିଜେଡ଼ିର ହେବ ବଡ଼ ବିଜୟ…

ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ନଂ ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗଣତନ୍ତ୍ରର ଏ ମହାପର୍ବରେ ସମସ୍ତ ଭୋଟର ନିଜ ମତଦାନ ଅଧିକାର ସାବସ୍ତ୍ୟ କରିବାକୁ ସେ ଅପିଲ କରିଛନ୍ତି।

ଭୁବନେଶ୍ବର: ଚାଲିଛି ଗଣତନ୍ତ୍ରର ମହାପର୍ବ। ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏରୋଡ୍ରମ୍‌‌ ୟୁପି ସ୍କୁଲ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଏହାପରେ ସେ ସେଲଫି ପଏଣ୍ଟରେ ଫଟୋ ଉଠାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେଡି ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିପୁଳ ବିଜୟ ହେବ ବୋଲି ଆଶା କରୁଛୁ । ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପୁଣିଥରେ ବିଜୁ ଜନତା ଦଳ ଏକ ସ୍ଥିର ସରକାର ଦେବ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଉପସ୍ଥିତ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସେମାନେ ତାଙ୍କ ସହ ସେଲଫି ବି ନେଇଥିଲେ । ଗଣତନ୍ତ୍ରର ଏ ମହାପର୍ବରେ ସମସ୍ତ ଭୋଟର ନିଜ ମତଦାନ ଅଧିକାର ସାବସ୍ତ୍ୟ କରିବାକୁ ସେ ଅପିଲ କରିଛନ୍ତି। ଖାସ କରି ଯୁବ ଭୋଟର ମାନେ ଭୋଟ ଦେବାକୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.