ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପ୍ରକାଶ: ଯାଜ୍ଞସେନୀ ଜିଲ୍ଲା ଟପର

ମାଲକାନଗିରି, ତା ୨୬.୦୫.୨୦୨୪: ଆଜି ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଯୁକ୍ତ ଦୁଇ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ଯାଜ୍ଞସେନୀ ପରିଡା ଜିଲ୍ଲା ଟପର ହୋଇଛନ୍ତିା ସେ ୫୨୯ ମାର୍କ ସହ ୮୮ ପ୍ରତିଶତ ରଖି ଜିଲ୍ଲା ଟପର ହୋଇଛନ୍ତିା ସେହିପରି ଘଡେଇ ଆବାସିକ ମହାବିଦ୍ୟାଳୟରେ ସାଥୀ ତାରଫଦାର ୫୧୧ ମାର୍କ ରଖିବା ସହ ୮୫ ପ୍ରତିଶତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମନିଷା ଅଧିକାରୀ ଓ ଅଲୋକ ପାଣିଗ୍ରାହି ୮୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ମହାବିଦ୍ୟାଳୟରେ ସମୁଦାୟ ୨୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୩୫ ଜଣ ପ୍ରଥମ ସ୍ଥାନରେ ପାସ ହୋଇଥିବା ବେଳେ ୬୨ ଜଣ ଦ୍ୱିତୀୟ ସ୍ଥାନ ଓ ୮ ଜଣ ତୃତୀୟ ସ୍ଥାନରେ ପାସ ହୋଇଛନ୍ତିା ଏହି ମହାବିଦ୍ୟାଳୟରେ ଶତ ପ୍ରତିଶତ ପାସ ହାର ହୋଇଥିବା ବେଳେ ସର୍ୱୋଚ ୮୫ ପ୍ରତିଶତ ମାର୍କ ରଖିଛନ୍ତିା ସେହିପରି ଓଁ ଭୁର୍ଭୁବ ସ୍ୱଃ ମହାବିଦ୍ୟାଳୟରେ ସମୁଦାୟ ୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୪୮ ଜଣ ପ୍ରଥମ ସ୍ଥାନ, ୧୪ଜଣ ଦ୍ୱିତୀୟ ସ୍ଥାନ ଓ ୬ଜଣ ତୃତୀୟ ସ୍ଥାନରେ ପାସ ହୋଇଥିବା ବେଳେ ଏହି ମହାବିଦୟାଳୟରେ ମଧ୍ୟ ଶତ ପ୍ରତିଶତ ପାସ ହାର ରଖିଛନ୍ତିା ସେହିପରି ସତ୍ୟନାରାୟଣ ବିଜ୍ଞାନ ମହାିଦ୍ୟାଳୟରେ ମୋଟ ୧୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଲେ ସେଥିମଧ୍ୟରୁ ୬୮ ଜଣ ପ୍ରଥମ ସ୍ଥାନ, ୩୧ ଜଣ ଦ୍ୱିତୀୟ ସ୍ଥାନ ଓ ୧୨ଜଣ ତୃତୀୟ ସ୍ଥାନରେ ପାସ ହୋଇଥିବା ବେଳେ ଏହି ମହାବିଦ୍ୟାଳୟରେ ୯୯.୧୦ ପ୍ରତିଶତ ପାସ ହାର ରଖିଛନ୍ତିା ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ପାସ ହାର ଅଧିକ ଥିବାରୁ ଛାତ୍ରଛାତ୍ରୀଙ୍କ ଗହଣରେ ଖୁସିର ଲହରି ଖେଳି ଯାଇଛିା

Leave A Reply

Your email address will not be published.