ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର: ବିଜେଡି

ଆସାମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବରେ ସୁପରିଚିତ
ନିଜ ରାଜ୍ୟକୁ ଦେବାଳିଆ କରିସାରିଛନ୍ତି, ଓଡ଼ିଶାକୁ ଆସି ବିତ୍ତୀୟ ବ୍ୟବସ୍ଥା ବିଷୟରେ ଟ୍ୟୁସନ ନିଅନ୍ତୁ
ତାଙ୍କ ରାଜ୍ୟରେ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ
ତାଙ୍କର ଓଡ଼ିଶାକୁ ଆସିବା ଦ୍ୱାରା ବିଜେପିର ପ୍ରାର୍ଥୀମାନେ ଶୋଚନୀୟ ପରାଜୟ ବରଣ କରିବେ
ଭୁବନେଶ୍ୱର, ୨୭/୦୫/୨୦୨୪: ଆସାମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବରେ ସୁପରିଚିତ । ଯେତେବେଳେ ସେ ମୁହଁ ଖୋଲନ୍ତି, ସେ ଆବର୍ଜନା ହିଁ କୁହନ୍ତି । ଆସାମରେ ମଧ୍ୟ କେହି ତାଙ୍କୁ ଗୁରୁତ୍ୱର ସହ ନିଅନ୍ତି ନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।

ଡ. ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଚିଟଫଣ୍ଡ କେସ୍‌ରେ ଜଡ଼ିତ ଅଛି । ସେ ତାଙ୍କ ରାଜ୍ୟକୁ ଦେବାଳିଆ କରିସାରିଲେଣି ଏବଂ ତାଙ୍କର ରାଜ୍ୟର ଋଣଭାର ବହୁତ ବେଶୀ । ଅପରପକ୍ଷରେ ବିତ୍ତୀୟ ବ୍ୟବସ୍ଥା ପରିଚାଳନାରେ ଓଡ଼ିଶା ଭାରତବର୍ଷରେ ସର୍ବୋତ୍କୃଷ୍ଟ ରାଜ୍ୟ ସୁପରିଚିତ । ଏହି ବିଷୟରେ ସେ ଓଡ଼ିଶା ଆସି ଟ୍ୟୁସନ ନେଲେ ଭଲ ହୁଅନ୍ତା ।

ସେ ଆହୁରି କହିଛନ୍ତି, ତାଙ୍କ ରାଜ୍ୟର ଯୁବକମାନେ ରାଜରାସ୍ତାରେ ଚାକିରି ପାଇଁ ହାହାକାର କରୁଛନ୍ତି ଏବଂ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ । ସ୍ୱାସ୍ଥ୍ୟସେବା ମଧ୍ୟ ଅତ୍ୟନ୍ତ ବିପର୍ଯ୍ୟସ୍ତ ତାଙ୍କ ରାଜ୍ୟରେ । ସେ ନିଜକୁ ହାସ୍ୟାସ୍ପଦ ସ୍ଥିତିକୁ ନେଇଆସିଛନ୍ତି ଏବଂ ତାଙ୍କର ବକ୍ତବ୍ୟ ମଧ୍ୟ ହାସ୍ୟାସ୍ପଦ । ଆମେ ଆଶା କରୁଛୁ ଭାରତୀୟ ଜନତା ପାର୍ଟି ତାଙ୍କୁ ଓଡ଼ିଶାକୁ ଆହୁରି ପ୍ରଚାର ପାଇଁ ପଠାଉ, କାରଣ ତାଙ୍କର ଆସିବା ଦ୍ୱାରା ଓଡ଼ିଶା ବିଜେପି ପ୍ରାର୍ଥୀ ମାନଙ୍କର ପରାଜୟ ଆହୁରି ବିପୁଳ ବ୍ୟବଧାନରେ ହେବ ବୋଲି ସେ ସୁନିଶ୍ଚିତ କରୁଛନ୍ତି ।

Leave A Reply

Your email address will not be published.