ଆମ ସମ୍ବଳ ସଂଗଠନ ପକ୍ଷରୁ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ସମ୍ବର୍ଦ୍ଧନା

କଟକ: କଟକ ସାମାଜିକ ସଂଗଠନ ‘ଆମ ସମ୍ବଳ’ ପକ୍ଷରୁ ବାରବାଟୀ-କଟକର ନବନିର୍ବାଚିତ ମାନ୍ୟବର ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଆଗାମୀ ଦିନରେ ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକ ଉଚ୍ଚକୋଟୀର ହେବ ବୋଲି ଆଶାପୋଷଣ କରିଥିଲେ। ଏହି ଅବସରରେ ବିଧାୟିକା ଇଂ ଫିର୍ଦ୍ଦୋସ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ସୋମନାଥ ରାଉତ, ଉପସଭାପତି ବିକ୍ରମ ଦାଶ, ସମ୍ପାଦକ ମାନସ ରଂଜନ ପରିଡ଼ା, ପଶୁପ୍ରେମୀ ପୁଷ୍ପାଙ୍କ ବାନାର୍ଜୀ, ଦେବେନ୍ଦ୍ର ମୋହନ ଗମାଙ୍ଗ, ଯୁଗ୍ମ ସମ୍ପାଦକ ମହାଶିଷ ତରାଇ, ଜ୍ଞାନରଞ୍ଜନ ବେହେରା, ଦୀପକ କୁମାର ମଲ୍ଲିକ, ପ୍ରଭାସିନୀ ଜେନା, ସୁଷମା ମାଝୀ, ବିନିତା ନନ୍ଦୀ ପ୍ରମୁଖ ଉପସ୍ଥିତ ରହି ବିଧାୟିକା ଇଂ ଫିର୍ଦ୍ଦୋସଙ୍କୁ ସମ୍ମାନ ଜଣାଇଥିଲେ।

Leave A Reply

Your email address will not be published.