ଦାୟିତ୍ୱ ବାଣ୍ଟିଲେ ମୋଦି: ଜୁଏଲ, ଅଶ୍ୱିନୀ ଓ ଧର୍ମେନ୍ଦ୍ରଙ୍କୁ କେଉଁ ବିଭାଗ ମିଳିଲା ଜାଣନ୍ତୁ

୫ ବର୍ଷ ବ୍ୟବଧାନ ପରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି ଜୁଏଲ ଓରାମ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାର ୩ ମନ୍ତ୍ରୀଙ୍କୁ ମିଳିଛି ବଡ଼ ବିଭାଗ। ରେଳ ସହ ଆଇଟି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ। ମୋଦି ସରକାରଙ୍କ ଗତ ପାଳିରେ ମଧ୍ୟ ସେ ରେଳ ଓ ଆଇଟି ମନ୍ତ୍ରୀ ଥିଲେ। ଏଥର ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନୂତନ ଭାବେ ମିଳିଛି।

ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁନଶ୍ଚ ଶିକ୍ଷା ମନ୍ତ୍ରଣାଳୟ ମିଳିଛି। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରୁ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଥିବା ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ କରାଯାଇଛି। 1999 ମସିହାରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ପ୍ରଥମ ଥର ପାଇଁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଥିବା ବେଳେ ଜୁଏଲ ଓରାମ ଏହାର ପ୍ରଥମ ମନ୍ତ୍ରୀ ହୋଇଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ଅର୍ଥାତ୍ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଜୁଏଲ ଏହି ବିଭାଗର ମନ୍ତ୍ରୀ ହୋଇଥିଲେ। 

Leave A Reply

Your email address will not be published.