xmas

ଆନ୍ଧ୍ରରେ ନାଇଡୁ ସରକାର, ଶପଥ ନେଲେ ଚନ୍ଦ୍ରବାବୁ

ତାଙ୍କ ସହ ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ମଧ୍ୟ ନୂଆ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଅମରାବତୀ: ଆଜିଠୁ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହୋଇଛି ନାଇଡୁ ସରକାର। ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ରାଜ୍ୟପାଳ ଏସ୍‌ ଅବ୍ଦୁଲ ନଜିର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି। ଶପଥ ନେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି। 

ଚନ୍ଦ୍ରବାବୁ ନାଇଡୁଙ୍କ ସହ ଜନସେନା ପାର୍ଟିର ମୁଖ୍ୟ ପବନକଲ୍ୟାଣ ମଧ୍ୟ ନୂଆ ସରକାରରେ ଶପଥ ନେଇଛନ୍ତି। ସେ ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିଭଳି ଟିଡିପିର ନାରା ଲୋକେଶ ମଧ୍ୟ ଶପଥ ଗ୍ରହଣ ନେଇଛନ୍ତି।

ନାଇଡୁ ସରକାରରେ ଟିଡିପିର ୨୧ ଜଣ ମନ୍ତ୍ରୀ, ଜନସେନାର ଦୁଇଜଣ ଏବଂ ଭାଜପାର ଜଣେ ମନ୍ତ୍ରୀ ହେଉଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଟିଡିପି ଏବଂ ଏନଡିଏ ଚନ୍ଦ୍ରବାବୁ ନାଇଡୁଙ୍କୁ ସେମାନଙ୍କର ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଥିଲେ।

ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ବିଜେପି, ଟିଡିପି ଓ ଜନସେନା ପାର୍ଟି ମେଣ୍ଟ କରି ନିର୍ବାଚନ ଲଢି ୱାଇଏସ ଜଗନମୋହନ ରେଡ୍ଡୀ ସରକାରକୁ ଗାଦିଚ୍ୟୁତ କରିଥିଲେ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଟିଡିପିକୁ ୧୩୫, ପୱନ କଲ୍ୟାଣଙ୍କ ଜନସେନାକୁ ୨୧ ଓ ବିଜେପିକୁ ୮ ଆସନ ମିଳିଥିଲା। ୩୦ ବର୍ଷ ତଳେ ଅର୍ଥାତ ୧୯୯୫ରୁ ୧୯୯୯ରେ ଚନ୍ଦ୍ରବାବୁ ହୋଇଥିଲେ ମୁଖ୍ୟମନ୍ତ୍ରୀ। ପରେ ସେ ୧୯୯୯ରୁ ୨୦୦୪ ଓ ୨୦୧୪ରୁ ୨୦୧୯ ହୋଇଥିଲେ ମୁଖ୍ୟମନ୍ତ୍ରୀ। ୨୦୦୪ରେ ତାଙ୍କୁ ଗାଦିଚ୍ୟୁତ କରିଥିଲେ ୱାଇଏସ ରାଜଶେଖର ରେଡ୍ଡୀ। ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ହେବା ପରେ ସେ ହୋଇଥିଲେ ମୁଖ୍ୟମନ୍ତ୍ରୀ। ୨୦୧୯ରେ ସେ ନିର୍ବାଚନରେ ପରାଜିତ ହୋଇଥିଲେ ଏବଂ ରାଜ୍ୟରେ ୱାଇଏସ ଆର ଜଗନମୋହନଙ୍କ ଶାସନ ପ୍ରତିଷ୍ଠା ହୋଇଥିଲା। ପ୍ରାୟ ୫ ବର୍ଷ ପରେ ପୁଣି ଥରେ ସିଏମ ହୋଇଛନ୍ତି ଚନ୍ଦ୍ରବାବୁ। କେନ୍ଦ୍ରର ଏନଡିଏ ସରକାରକୁ ଟିଡିପି ନିଃସର୍ତ୍ତ ସମର୍ଥନ ଯୋଗାଇଛି।

Leave A Reply

Your email address will not be published.