ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ

୪ ଶିଶୁ ଓ ୨ କିଶୋର ଶ୍ରମିକ ଉଦ୍ଧାର

ମାଲକାନଗିରି, ୧୩/୦୬/୨୪: ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ କରାଯାଇ ୪ ଜଣ ଶିଶୁ ଓ ୨ ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଥାଉ କି ଏହି ଶିଶୁ ଓ କିଶୋର ମାନଙ୍କୁ କାର୍ ୱାଶିଂ ସେଣ୍ଟର ଓ ଗାଡି ଗ୍ୟାରେଜରୁ ଉଦ୍ଧାର କରାଯାଇଥିଲା। ସେହିପରି ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ ହୋଇନଥିବା ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କୁ ଶ୍ରମ ବିଭାଗ ପକ୍ଷରୁ ଗୋଲାପ ଫୁଲ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଚଢଉରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ପ୍ରସନ୍ନ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ଓ ତନ୍ମୟ ମଣ୍ଡଳ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ପରିବର୍ତ୍ତନ ଏନଜିଓ ଓ ପୋଲିସ କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.