ରାଜଧାନୀରେ ସିରିଜ ଦୁର୍ଘଟଣା: ଏକାଧିକ କାରକୁ ଧକ୍କା ଦେଲା ଟ୍ରକ, ୫ରୁ ଉର୍ଦ୍ଧ୍ବ ଆହତ

ଆଜି ଅପରାହ୍ନରେ ଗୋଟିଏ ଟ୍ରକ୍‌ ଦ୍ରୁତ ଗତିରେ ଯାଇ ଗୋଟିଏ ପରେ ଗୋଟିଏ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ କାର୍‌ ଚୁରମାର ହୋଇଯାଇଛି। କାର୍‌ ଭତିରେ ଲୋକମାନେ ଫସି ରହିଥିଲେ।

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ୪ରୁ ଅଧିକ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଛି। ଯାହାଫଳରେ କାର୍‌ ଭିତରେ ବସିଥିବା ଲୋକମାନେ ଆହତ ହୋଇଛନ୍ତି। ଏହାକୁ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡ଼ିଛି।

ଆଜି ଅପରାହ୍ନରେ ଗୋଟିଏ ଟ୍ରକ୍‌ ଦ୍ରୁତ ଗତିରେ ଯାଇ ଗୋଟିଏ ପରେ ଗୋଟିଏ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ କାର୍‌ ଚୁରମାର ହୋଇଯାଇଛି। କାର୍‌ ଭତିରେ ଲୋକମାନେ ଫସି ଯାଇଥିଲେ। ସ୍ଥାନୀୟ ଲୋକ ଓ କମିଶନରେଟ୍‌ ପୁଲିସ୍‌ କାର୍‌ ଭିତରୁ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଏହି ସରିଜ୍‌ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଫୁଟ୍‌ ଓଭର ବ୍ରିଜ୍‌ ଦାବିରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଯାହା ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। କମିଶନରେଟ୍‌ ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ରାସ୍ତାରୁ ହଟାଇଥିଲା। ଏଥିସହ ପ୍ରତିବାଦ କରୁଥିବା ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଗତ ୬ ମାସରେ ପଳାଶୁଣି ଛକରେ ଦୁର୍ଘଟଣାଘଟି ୧୩ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Leave A Reply

Your email address will not be published.