ଓଡିଆର ପରମ୍ପରା ଅନୁଯାଇ ଆଓମା ଗୁରୁକୂଳ ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରଜ ଉତ୍ସବ

ମାଲକାନଗିରି, ୧୪/୬: ମାଟି ଓ ମଣିଷର ନିବିଡ ସଂପର୍କ ବସୁଧା ମା ର ଆରାଧନା ପର୍ବ ହେଉଛି ରଜ ଉତ୍ସବ, ଏହା ଏକ ମହାନ କୃଷିଭିତିକ ପର୍ବ`ହୋଇଥିବାରୁ ଉପକୂଳବର୍ତି ଅଚଂଳବାସୀଙ୍କ ପରି ଏବେ ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ଆଜିଠାରୁ ଚିନିଦିନ ଧରି ପାଳନ କରିଛନ୍ତି ରଜ ପର୍ବ । ଆଜି ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି ରଜ ଉତ୍ସବ। ଆଜି ଥିଲା ପହିଲି ରଜ ପର୍ବ। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଅଲ ଓଡିଶା ମାର୍ଶାଲ ଆର୍ଟ ଏକାଡେମୀ ଆଓମା ଗୁରୁକୁଳ ର ଅନ୍ତେବାସୀ ଓଡିଆର ପରମ୍ପରାକୁ ବଞ୍ଚାଇବା ପାଇଁ ନିଆରା ଢଙ୍ଗରେ ପାଳିଛନ୍ତି ରଜ ପର୍ବ, ଗଛର ଦୋଳି ଲଗାଇ ଝିଅ ପିଲାମାନେ ଦୋଳି ଖେଳିବା ସହିତ ପୁଚି ପ୍ରତିଯୋଗୀତା ଓ ପୁଅ ପିଲାମାନେ କବାଡି ପ୍ରତି ଯୋଗିତା ସହିତ ରଜ ଦୋଳି ଗୀତର ତାଳେ ତାଳେ ନୃତ୍ୟ କରିଥିଲେ । ନିଜ ନିଜ ମଧ୍ୟରେ ଓଡିଆର ପାରମ୍ପାରିକ ପୋଡପିଠା, ମଣ୍ଡାପିଠା, ଆମ୍ବ, ପଣସ ନିଜ ନିଜ ମଧ୍ୟରେ ଖୁଆ ଖୋଇ ହୋଇ ରଚ୍ଚର ମଜା ନେଇଥିଲେ, ସଭ୍ୟ ଶିକ୍ଷିତ ସମାଜର ଲୋକେ ଧିରେ ଧିରେ ଓଡିଆର ପରମ୍ପରା ପର୍ବ ପର୍ବାଣୀ ଗୁଡିକୁ ଭୁଲି ଯାଉଥିବା ବେଳେ ଆଓମା ଗୁରୁକୁଳର କୁନି କୁନି ଛାତ୍ର ଛାତ୍ରୀ ମାନେ ଏହାକୁ ନ ଭୁଲି ଓଡିଆର ପରମ୍ପରା ଅନୁସାରେ ୪ ଦିନ ଯାକ ରଜ ପର୍ବ ପାଳନ କରିବା ସହିତ ଓଡିଆ ର ସମସ୍ତ ପରମ୍ପରା, ପର୍ବ ପର୍ବାଣି ଗୁଡିକୁ ପାଳନ କରିବା ପାଇଁ ସପଥ କରିଥିଲେ । ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୃଗମ ଅପହଁଚ ଇଲାକାର ବାପ ମା ଛେଉଣ୍ଡ ଅନାଥ ପିଲାମାନେ ଏହି ଆଓମା ଗୁରୁକୁଳରେ ରହି ଅଧ୍ୟୟନ କରିବା ସହ ଆତ୍ମରକ୍ଷା କୌଶଳ ସହିତ ଜୁଡୋ ଚାଲିମ ନେଇ ରାଜ୍ୟ ଓ ଜାତୀୟସୂର ପ୍ରତି ଯୋଗତାରେ ଭାଗ ନେଇ ପୁରସ୍କୃତ ହୋଇପାରିଛନ୍ତି । ସେମାନେ ଯେପରି ନିଜକୁ ଅନାଥ ବୋଲି ନ ଭାବିବେ ତେଣୁ ସେମାନଙ୍କ ସାଥିରେ ଆଓମା ଗୁରୁକୁଳର ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର ଓ ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀର ସଭାପତି ରତ୍ନାକର ଦାଶ ଉପସ୍ଥିତ ରହି ରଜ ଉତ୍ସବ ମନାଇଛନ୍ତି । ଆଜି ପହିଲି ରଜରେ ବିଭନ୍ନ ଗାଁର ଯୁବକ ମାନେ ବାଗୁଡି ଖେଳରେ ମାଚି ଥିବା ବେଳେ ମାଲକାନଗିରି ସହର ସହିତ ଗାଁ ଗହଳିରେ ଆମ୍ବ, ତେନ୍ତୁଳି, ମହୁଲ ଗଛମାନଙ୍କରେ ବାଉଁସ ଓ ଦୌଡାରେ ଦୋଳି ବାନ୍ଧି ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଯୁବତୀ ମାନେ ଦୋଳି ଖେଳର ମଜା ନେବା ସହିତ ଘରେ ଘରେ ପିଠାପଣାର ସ୍ଵାଦ ନେଇଛନ୍ତି । ଆଉ କେତକ ଆଦିବାସୀ ଗାଁରେ ରଜ ପର୍ବ ପାଇଁ ଜେମସା ନାଚ ଓ କ୍ରିକେଟ, ବାଗୁଡି, ଲୁଡୁ, ପୋଚି, ତାସ ଖେଳର ପ୍ରତିଯୋଗୀତା ଆଜି ଠାରୁ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାର ବିଭାନ୍ନ ଗ୍ରାମରେ ଆଦିବାସୀ ଯୁବତୀ ମାନେ ଢେମସା ନାଚ ପ୍ରତିଯୋଗୀତାର ଆୟୋଜନ କରିଛନ୍ତି । ଛୋଟ ଝିଅ ଠାରୁ ଆରମ୍ଭ କରି ଯୁବତୀ ଓ ମହିଳା ମାନେ ହାତଛନ୍ଦା ଛନ୍ଦି ହୋଇ ରଜଗୀତ ଗାଇ ଜେମସା ନାଚରେ ମଜିଯାଇଥିଲେ, ଛୋଟ ଛୋଟ ଝାଅ ମାନେ ନୂତନବସ୍ତ୍ର ପରିଧାନକରି ରଜଦୋଳି ଗୀତ ବନେସ୍ତେ ଡାକିଳା ଗଜ, ବରଷକେ ଥରେ ଆସିଛି ରଜ ଲୋ..ଘେନି ନୂଆ ସଜବାଜ ଗୀତ ଗାଇ ଦୋଳି ଖେଳିଥିଲେ । ଗାଁର ପୁରୁଷ ଓ ଯୁବକ ମାନେ ତାସ ଓ
ବାଗୁଡି ଖେଳ, ମହିଳା ମାନେ ଲୁଡୁ କଉଡି ଖେଳରେ ମାତିଥିଲେ । ରଜ ଚାରି ଦିନ ଯାକ ଆଦିବାସୀ ଚାଷୀ ମାନେ କେହି ବି କାମ କରିନଥିଲେ କି ଜମିରେ ହଳ ମଧ୍ୟ ବନ୍ଦ କରି ରଜ ଉତ୍ସବ ମନାଇଥିଲେ । ପହିଲି ରଜରେ ବର୍ଷା ହୋଇନଥିବା କାଉଁଳିଆ ପାଗ ହୋଇଥିବାରୁ ବିଭିନ୍ନ ଗ୍ରାମରେ କୁଆଁରି ଝିଅ ମାନେ ଚନ୍ଦନ, କୁଙ୍କୁମ, ଅଳତା ଲଗାଇ ନୂତନ ବସ୍ତ୍ର ପରିଧାନ କରି ଘର ଘର ବୁଲି ପିଠାପଣା ଖାଇବା ସହିତ ଦୋଳି ଖେଳି ହସଖୁସି ମନାଇଥିଲେ ।

Leave A Reply

Your email address will not be published.