ମାହେଶ୍ୱରୀ ସମାଜର ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ମାଲକାନଗିରି ତା୧୫/୦୬/୨୦୨୪ରିଖ: ମାଲକାନଗିରି ମାହେଶ୍ୱରୀ ସମାଜ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳେ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ କରି ସ୍ଥାନୀୟ ମାହେଶ୍ୱରୀ ଭବନ ଠାରେ ସମସ୍ତ ମାହେଶ୍ୱରୀ ସମାଜର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଆନନ୍ଦ ଉଲ୍ଲାସରେ ସମାଜ ପ୍ରତିଷ୍ଠା ଦିବସ ପାଳନ କରିଥିଲେ l ଏହି ସଭାରେ ସୁରେଶ ସୋମାନୀ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ରୂପେ ନବ ନିର୍ବାଚିତ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ l ସ୍ୱତନ୍ତ୍ର ଅତିଥି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ରକ୍ତଦାନ କରି ଜୀବନ ବଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ରକ୍ତଦାନର ଉପକାରିତା ବିଷୟରେ ଆଲୋକପାତ କରିବା ସହିତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସମ୍ମାନିତ ଅତିଥି ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମକୁ ବିନୋଦ ଟାୱାରୀ, ଲକି ସୋମାନୀଙ୍କ ସମେତ ସମସ୍ତ ଯୁବ ମାହେଶ୍ୱରୀ ମଞ୍ଚ ଆୟୋଜନ କରିଥିଲେ l ରକ୍ତ ଭଣ୍ଡାରର ଏନ. ସୁବର୍ଣ୍ଣା, ମୋହନ ଖେମୁଣ୍ଡୁ, ସୁନୀଲ ରାଏ ଏବଂ ଡାକ୍ତର ସାଗର ଵାଲା ରକ୍ତ ନମୂନା ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମରେ ତିନି ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପସ୍ଥିତ ରହି ସଫଳ କରିଥିଲେ l ଏହି ଅବସରରେ ପ୍ରସାଦ ସେବନ ଏବଂ ଆଳତୀ କାର୍ଯ୍ୟକ୍ରମର ବନ୍ଦୋବସ୍ତ କରାଯାଇଥିଲା l ସର୍ବମୋଟ ୪୦ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା l ସଭା ଶେଷରେ ସୁନୀଲ ସୋମାନୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.