ମାଲକାନଗିରି, ୧୮/୬: ଆଜି ବିଜେପିର ନୂତନ ସରକାରଙ୍କ ପ୍ରଥମ କାମ ଚାଷୀଙ୍କୁ ସମ୍ମାନ ଉଦେଶ୍ୟରେ ପିଏମ କିଷାନ ସମ୍ମାନ ନିଧିର କିସ୍ତି ବଣ୍ଟନ ସମାରୋହ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପାଳଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଉପସ୍ଥିତ ରହି ଜିଲ୍ଲାର କୃଷକ ମାନଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଲେଖା ଟଙ୍କା ଯିବାର ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ମଞ୍ଚାସିନ ଥିଲେ। ଏହି ଅବସରରେ ଉତ୍ତରପ୍ରଦେଶ ବାରଣସି ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ କିଷାନ ସମ୍ମାନ ନିଧିର ସିଧା ପ୍ରସାରଣ କାର୍ଯ୍ୟକ୍ରମ ପ୍ରୋଜେକ୍ଟର ମାଧ୍ୟମରେ କୃଷକ ମାନେ ଦେଖିଥିଲେ ଓ ସେମାନଙ୍କ ଖାତାରେ ପିଏମ କିଷାନ ସମ୍ମାନ ନିଧି ଦୁଇହାଜର ଟଙ୍କା ଜମା ହୋଇଯିବା ମୋବାଇଲରେ ଆସିଥିବା ମେସଜ ଦେଖି ଖୁସି ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ୬୭୯୮୧ ଜଣ ଚାଷୀ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post