ମାଲକାନଗିରି, ୨୩।୬: ଅବିଭକ୍ତ କୋରାପୁଟ ବୈଦିକ ବ୍ରାହ୍ମଣ ସମାଜର ସମନ୍ନୟ ସମିତି ବୈଠକ ମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ଜିଲ୍ଲା ସହ କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକର ଥିବା ଅନେକ ବ୍ରାହ୍ମଣ ମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ମାଲକାନଗିରି ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ପ୍ରଫୁଲ୍ଲ ପଣ୍ଡା ସମସ୍ତ ଅତିଥିଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିବା ପରେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ମାଲକାନଗିରି ଜିଲ୍ଲା ବ୍ରାହ୍ମଣ ସମାଜର ସାଧାରଣ ସମ୍ପାଦକ ସୀମାଞ୍ଚଳ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ବରାଣ୍ୟ ଅତିଥି ମାନେ ବ୍ରାହ୍ମଣଙ୍କ ନୀତିଚର୍ଯ୍ୟ ଠାରୁ ଆରମ୍ଭ କରି ଏହି ସମାଜ ପ୍ରତିଷ୍ଠା ହେବା ଏବଂ ଏହା ଦ୍ବାରା ମାନବ ସମାଜର ମଙ୍ଗଳ କେମିତି ହେବ ଏହାକୁ ବୁଝାଇଥିଲେ । ଯାହାକୁ ଶୁଣିବା ଲାଗି ମାଲକାନଗିରି ଜିଲ୍ଲାରେ ରହୁଥିବା ଶତାଧିକ ବ୍ରାହ୍ମଣ ପରିବାର ଏକତ୍ରିତ ହୋଇଥିଲେ । ଏଭଳି କାର୍ଯ୍ୟକ୍ରମ ଉପାନ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଦେଖି ଜିଲ୍ଲା ଏବଂ ଜିଲ୍ଲା ବାହାରର ଅନେକ ବ୍ରାହ୍ମଣ ପରିବାର ବେଶ ଖୁସି ପ୍ରକଟ କରିବା ସହ ପରିଶେଷରେ ମାଲକାନଗିରି ଜିଲ୍ଲା ବୈଦିକ ବ୍ରାହ୍ମଣ ସମାଜକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମାଲକାନଗିରି ଅତିରିକ୍ତ ଏସପି ତପନ ନାରାୟଣ ରଥ, କୋରପୁଟ ବ୍ରାହ୍ମଣ ସମାଜର କିଶୋର ଚନ୍ଦ୍ର ପଣ୍ଡା, ଜୟପୁର ଅଞ୍ଚଳର ଜଗନ୍ନାଥ ମିଶ୍ର, କୁନ୍ଦରା ଅଞ୍ଚଳର ବ୍ଜିୟ କୁମାର ଭଟ୍ଟ, ନବରଙ୍ଗପୁରର ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖଙ୍କ ସହ ବିଭିନ୍ନ ଜିଲ୍ଲା ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.