xmas

ଦୁର୍ଘଟଣାରେ ଆହତ ବାଳକକୁ ହସ୍ପିଟାଲରେ ଭେଟି ଉତ୍ତମ ଚିକିତ୍ସା ବ୍ୟବସ୍ଥା କଲେ ବିଧାୟକ

ମାଲକାନଗିରି,୨୩/୬ ଆଜି ସକାଳେ ମାଲକାନଗିରି ଡିଏନକେ ଛକ ଠାରେ ହୋଇଥିବା ଦୁର୍ଘଟଣାରେ ପାର୍ବତୀ ପାଣିଗ୍ରାହୀ ନାମକ ମହିଳାଙ୍କ ମୃତ୍ୟୁବରଣ ହୋଇଥିବା ବେଳେ ତାଙ୍କ ପୁଅ ସାଗର ଗୁରୁତର ଅବସ୍ଥାରେ ଆହତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏ ଖବର ପାଇ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଚିକିତ୍ସାଳୟକୁ ଯାଇ ଆହତ ସାଗରର ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଵା ପାଇଁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକଙ୍କ ସହ ବିଜେପି ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ମୁଖାର୍ଜୀ ଅନ୍ୟାନ ବିଜେପି ନେତା ଓ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.