xmas

ନବ ନିର୍ବାଚିତ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲା ଓଷ୍ଟା ସଂଘ

ମାଲକାନଗିରି, ୨୩।୬: ମାଲକାନଗିରି ଜିଲ୍ଲା ଓଷ୍ଟା ସଂଘ ତରଫରୁ ନବ ନିର୍ବାଚିତ ହୋଇଥିବା ବିଧାୟକ ନରସିଂହ ମାଡକାମୀଙ୍କୁ ଭେଟି ଶୁଭେଛା ଜଣାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି । ଆଜି ଜିଲ୍ଲା ସଦରରେ ଥିବା ସର୍କିଟ ହାଉସରେ ଜିଲ୍ଲା ଓଷ୍ଟା ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ବିଧାୟକ ଶ୍ରୋ ମାଡକାମୀଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହା ସହ ସଂଘର ବିଭିନ୍ନ ବିଷୟକୁ ନେଇ ଆଲୋଚନା ମଧ୍ୟ କରଯାଇଥିଲା । ଏହି ଅବସରରେ ସଂଘର ଜିଲ୍ଲା ସମ୍ପାଦକ ମନୋଜ ମହାପାତ୍ର, ଉପ ସଭାପତି ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଓଷ୍ଟା ରାଜ୍ୟ ବରିଷ୍ଠ କର୍ମକର୍ତ୍ତା ଭାବରେ ଅଜୟ କୁମାର ସ୍ୱାଇଁ, ଦୀନବନ୍ଧୁ ବେଜ, ସୂର୍ଯ୍ୟ ନାରାୟଣ ନାୟକ, ଜଗବନ୍ଧୁ ମିଶ୍ର, ରମେଶ ଚନ୍ଦ୍ର ଭୂୟାଁ, ବାବୁଲା ନାୟକ, ଜିତୁ ରଞ୍ଜନ ସ୍ୱାଇଁ, ରତିକାନ୍ତ ରାଉତ, ଭଜମନ ପାତ୍ର, ହାଡ଼ିବନ୍ଧୁ ସାହୁ, ଅମୀୟ ମିଶ୍ର ଓ ରତ୍ନାକର ବିଶ୍ୱାଳଙ୍କ ସମେତ ବହୁ ପ୍ରମୁଖ ଓଷ୍ଟା କର୍ମକର୍ତ୍ତା ଓ ବରିଷ୍ଟ ଶିକ୍ଷକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.