xmas

ମାଓବାଦୀଙ୍କୁ ଘାରିଛି ଅର୍ଥ ଚିନ୍ତା, ମାଓ କ୍ୟାମ୍ପରୁ ନକଲି ଟଙ୍କା ଛପା ମେସିନ ଓ ନକଲି ଟଙ୍କା ଜବତ

ମାଲକାନଗିରି: ମାଓ ଶିବିରରେ ଛପା ହେଉଛି ନକଲି ନୋଟ୍ । ଅସ୍ତ୍ର ଶସ୍ତ୍ର ବଦଳରେ ଲାଲବାହିନୀ  ଏବେ ତିଆରି କରୁଛନ୍ତି ନକଲି ଟଙ୍କା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରେଧି ଅପରେସନ ପରେ ଦୁର୍ବଳ ହୋଇ ପଡିଛି ମାଓ ସଂଗଠନ । କୁହା ଯାଉଛି ଯେ ବାହାର ଫଣ୍ଡିଂ ବନ୍ଦ ହେବା ପରେ ଏବେ ଖାଦ୍ୟ ସାମଗ୍ରୀ କିଣିବା ଲାଗି ମଧ୍ୟ ମାଓବାଦୀଙ୍କ ପାଖରେ ଟଙ୍କା ନାହିଁ । ତେଣୁ ନକଲି ଟଙ୍କା ତିଆରି କରି ଏବେ ହାଟ ବଜାରକୁ ସଦାପୋଷକରେ ଯାଉଛନ୍ତି ଲାଲବାହିନୀ  । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ଏକ ମାଓ ଶିବିର ଉପରେ ଚଢାଉ କରି ଏସବୁ ଖୁଲାସା କରିଛନ୍ତି ସୁକୁମା ଏସ.ପି. । ଗତକାଲି ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ହୋଇଛି ବଡ ଧରଣର ମାଓ ବିରୋଧି ଅପରେସନ । ପ୍ରଥମ ଥର ଲାଗି ମାଓ ଶିବିରରୁ ଅସ୍ତ୍ର ଶସ୍ତ୍ର ଓ ଗୋଳା ବାରୁଦ ସହ ମିଳିଛି ନକଲି ଟଙ୍କା ତିଆରି କରିବା ମେସିନ ଓ ଅନ୍ୟାନ୍ୟ ଉପକରଣ । ୫୦ ଟଙ୍କା ଠାରୁ ଆରମ୍ଭ କରି ୧୦୦, ୨୦୦ ଓ ୫୦୦ ଟଙ୍କା ପରି ସବୁ ନୋଟ ଛପା ଯାଉଥିଲା ଏହି ନକ୍ସଲ କ୍ୟାମ୍ପରେ । ବେଶ କିଛି ଦିନ ଧରି ଅର୍ଥ ଅଭାବରେ ପିଡିତ ଥିବା ଲାଲବାହିନୀ ବଜାରରେ ନକଲି ନୋଟ ବ୍ୟବହାର କରୁଥିଲେ । କୋଣ୍ଟା ଥାନା ଅନ୍ତର୍ଗତ କୋରାଜଗୁଡା ଜଙ୍ଗଲ ଭିତରେ ଚାଲିଥିବା ଏକ ମାଓ କ୍ୟାମ୍ପ ଉପରେ ସିଆରପିଏଫ, ଡିଆରଜି ଏବଂ ବସ୍ତର ଫାଇଟର୍ ଯବାନ ମିଳିତ ଭାବେ ଚଢାଉ କରି ଏହି ନକଲି ଟଙ୍କା ଛପା ମେସିନ, ନକଲି ଟଙ୍କା ଜବତ ହୋଇଥିବାର ସୂଚନା ଦେଇଛନ୍ତି ସୁକୁମା ଏସ.ପି. କିରନ ଚୌହାନ । କେବଳ ବନ୍ଦୁକ ଓ ବୁଲେଟ ନୁହେ ମାଓ ଶିବିରରୁ ମିଳିଛି ମାଳ ମାଳ ମାଓ ସାମଗ୍ରୀ ।

Leave A Reply

Your email address will not be published.