xmas

ହାତିଆମ୍ବା ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା

ମାଲକାନଗିରି, ତା-୨୪/୦୬/୨୦୨୪ ରିଖ: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ନିକଟସ୍ଥ ହାତିଆମ୍ବା ରାସ୍ତାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାବଳୀ ଏହିପରି ଯେ କୁଡୁମୁଲୁଗୁମ୍ମା ଶିକ୍ଷା ବ୍ଲକର ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଓ ଅତିରିକ୍ତ ଶିକ୍ଷାଧିକାରୀ ଅଞନ କୁମାର ଚୋୖଧୁରୀ ନିଜର ଦୈନନ୍ଦିନ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଘରକୁ ଯିବା ପାଇଁ ନିଜର ମୋଟର ସାଇକେଲରେ ଯୋଗେ ବାହାରିଥିଲେ । ଯିବା ସମୟରେ ଆଲାଙ୍ଗଗୁଡା ଗ୍ରାମ ନିକଟରେ ସମ୍ମୁଖରୁ ଦୃତ ଗତିରେ ଆଗରୁ ଆସୁଥିବା ଏକ ମୋଟର ସାଇକେଲ ତାଙ୍କ ଆଡ଼କୁ ମାଡି ଆସିଥିଲା, ହଠାତ୍ କୋୖଣସି ଉପାୟ ନପାଇ ଶ୍ରୀ ଚୋୖଧୁରୀ ମୋଟର ସାଇକେଲର ବ୍ରେକ ମାରିଥିଲେ ଫଳରେ ତାଙ୍କ ପଛରେ ଆସୁଥିବା ଆଉ ତିନୋଟି ମୋଟର ସାଇକେଲ ପଛକୁ ପଛ ଧକ୍କା ହୋଇଥିଲେ । ଏହି ଧକ୍କା ଏତେ ଜୋରଦାର ହୋଇଥିଲା ଯେ ତିନୋଟି ଗାଡ଼ିରେ ଥିବା ସମସ୍ତ ଛଅ ଜଣ ରାସ୍ତାରେ କଚାଡି ହୋଇ ପଡ଼ିଥିଲେ ଓ ସମ୍ମୁଖ ଦିଗରୁ ଆସିଥିବା ଅଜଣା ଚାଳକ ଜଣକ ଚଞ୍ଚକତା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତୁରନ୍ତ ଆମ୍ବୁଲାନ୍ସରେ ଉକ୍ତ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଯେଉଁଠି ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଆହତ ଶ୍ରୀ ଅଞନ କୁମାର ଚୋୖଧୁରୀଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଆହତ ମାନେ ହେଲେ ସୁଶ୍ରୀ ଗାୟତ୍ରୀ ଦେବୀ, ନାଗାର୍ଜୁନ କିର୍ଷାନୀ, ଧନ କିର୍ଷାନୀ, ଜୟ କିର୍ଷାନୀ ଓ ବିମଳା ହନ୍ତାଳଙ୍କୁ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ଓ ସଦ୍ୟ ଖବର ମୁତାବକ ଆଉ ଜଣେ ଆହତ ଆମ୍ବୁଲାନ୍ସରେ ମାଲକାନଗିରି ଯିବା ବାଟରେ ହିଁ ମୃତ୍ୟୁ ହୋଇଯାଇଛି । ଯେହେତୁ ଶ୍ରୀ ଚୋୖଧୁରୀ ଜଣେ ମିଷ୍ଟଭାଷୀ ଓ ମେଳାପି ସ୍ୱଭାବର ବ୍ୟକ୍ତିଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଶିକ୍ଷକ ସ°ଘ ସଭାପତି ଓ ଅନ୍ୟାନ୍ୟ ଶିକ୍ଷକ ଭାଇ ମାନେ ମଧ୍ୟ ଉକ୍ତ ଘଟଣାରେ ପ୍ରାଣ ହରାଇଥିବା ଶ୍ରୀ ଚୋୖଧୁରୀଙ୍କ ପ୍ରତି ସମବେଦନା ଜ୍ଞାପନ କରି ପରିବାର ସଦସ୍ୟଙ୍କୁ ଏଭଳି ଦୁର୍ବଳ ମୁହୂର୍ତ୍ତରେ ଧର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.