xmas

ଗୁଫାଗୁଡା ଗାଁ ନିକଟ ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି,୨୪।୬: ଜଙ୍ଗଲ ମଧ୍ୟରେ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ । ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ । ମାଲକାନଗିରି ଜିଲ୍ଲା ଖଇରପୁଟ ଅନ୍ତର୍ଗତ ଗୁଫାଗୁଡା ଗାଁ ନିକଟ ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଗୁଫାଗୁଡା ଗ୍ରାମ ନିକଟରେ ଥିବା ଜଙ୍ଗଲ ଦେଇ କିଛି ଗ୍ରାମବାସୀ ଯାଉଥିବା ବେଳେ ଏକ ନିର୍ଜନ ସ୍ଥାନରେ ଗୋଟିଏ ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଏହା ନଷ୍ଟ ହେବାକୁ ବସିଥିବା ବେଳେ ଅଞ୍ଚଳରେ ଦୁର୍ଗନ୍ଧ ମଧ୍ୟ ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହା ଦେଖିବା ପରେ ତୁରନ୍ତ ଏନେଇ ମୁଦୁଲିପଡା ଥାନାକୁ ସ୍ଥାନୀୟ ଲୋକେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳ ବ୍ୟକ୍ତିଟିର ମୃତ୍ୟୁ କିପରି ହେଲା, ଏହା ହତ୍ୟା ନା ଆଉ କିଛି ସେନେଇ ଅଧିକ ତଦନ୍ତ ପାଇଁ କୋରାପୁଟରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇ ତଦନ୍ତ କରଯାଇଥିଲା । ଏହାପରେ ମୃତଦେହକୁ ବ୍ୟବଛେଦ ପାଇଁ ପୋଲିସ ଗଳିତ ମୃତଦେହକୁ ମାଲକାନଗିରି ପଠାଇଥିବା ଜଣା ପଡିଛି । ତେବେ ମୃତ ବ୍ୟକ୍ତି ଜଣକ କିଏ ବୋଲି ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଆଖ ପାଖ ଅଞ୍ଚଳରେ ପୁଲିସ ପଚରାଉଚରା ଜାରି ରଖିଛି । ତଦନ୍ତ ପରେ ସତ୍ୟା ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.