xmas

ମାଲକାନଗିରି ପୋଲିସ ଦ୍ଵାରା ୪ ଗଞ୍ଜେଇ ଚାଲାଣକାରୀ ଗିରଫ, ୧୧୦ କେଜି ଗଞ୍ଜେଇ ଜବତ

ମାଲକାନଗିରି,୨୫।୬: ପିକପ ଭ୍ୟାନରେ ଗଞ୍ଜେଇ ଚାଲାଣ ବେଳେ ୧୧୦ କେଜି ଗଞ୍ଜେଇ ଜବତ ୪୮ ହଜାର ଟଙ୍କା ସହ ମୋଟ ୪ ଚାଲାଣକାରୀ ମାଲକାନଗିରି ପୋଲିସ ଦ୍ଵାରା ଗିରଫ । ସୂଚନା ଅନୁଯାୟୀ ମାଲକାନଗିରି ପୋଲିସ ପକ୍ଷରୁ ଏକ ପୋଲିସ ଟିମ ପାଟ୍ରୋଲିଂ କରୁଥିବା ବେଳେ ଜିଲ୍ଲା ସଦର ନିକଟରେ ଏକ ପିକପ ଭ୍ୟାନ କିଛି ଖାଲି ପନିପରିବା ରଖିବା ଟ୍ରେ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ସହ ତା ସମ୍ମୁଖରେ ଏକ ମୋଟର ସାଇକେଲ ମଧ୍ୟ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଧେହ ହେବାରୁ ଭ୍ୟାନ ଓ ମୋଟର ସାଇକେଲଟିକୁ ଅଟକାଇ ଥିଲେ । ତେବେ ପୋଲିସ ଟିମ ଭ୍ୟାନଟିକୁ ଯାଞ୍ଚ କରିବା ବେଳେ ଏହି ଖାଲି ପନିପରିବା ରଖିବା ଟ୍ରେ ତଳେ ବିପୁଳ ଗଞ୍ଜେଇ ଲୁଚାଇ ରଖାଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୋଲିସ ଉକ୍ତ ଗଞ୍ଜେଇ ଓ ପିକପ ଗାଡି ଓ ମୋଟର ସାଇକେଲକୁ ଜବତ କରିବା ସହ ଏଥିରେ ସମ୍ପୂର୍କ୍ତ ୪ଜଣଙ୍କୁ ଗିରଫ କରିଥିଲେ । ଗିରଫ ୪ ଜଣଙ୍କ ନିକଟରୁ ପୋଲିସ ଚାରିଟି ମୋବାଇଲ୍ ଫୋନ୍, ନଗଦ ୪୮୦୦୦ ଟଙ୍କା ମଧ୍ୟ ଜବତ କରିଛି । ଜବତ ଗଞ୍ଜେଇକୁ ଓଜନ କରିବାରୁ ତାହା ୧୧୦ କେଜି ଥିବା ଜଣା ପଡିଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ଜିଲ୍ଲା ସଦରର ହୋଇଥିବା ବେଳେ ଦୁଇଜଣ କର୍ଣାଟକ ଅଞ୍ଚଳର ଅଟନ୍ତି । ସମ୍ପୃକ୍ତ ଚାରିଜଣ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.