xmas

ନୂତନ ବିଧାୟକଙ୍କ ସହ ଏମୟୁଜେ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ସୌଜନ୍ୟମୂଳକ ସାକ୍ଷାତ

ସାମ୍ବାଦିକ ମାନଙ୍କ ପେନସନ ଓ ସୁରକ୍ଷା ବିଧାନସଭାରେ ଉପସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ ନରସିଂହ ମାଡ଼କାମି
ମାଲକାନଗିରି: ଆଜି ସକାଳ ଆଠଟାରେ ସ୍ଥାନୀୟ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ ଏମୟୁଜେ କାର୍ଯ୍ୟାଳୟରେ, ସଂଘର ସଭାପତି ଶ୍ରୀ ଦେବ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ନବ ନିର୍ବାଚିତ ବିଧାୟକ ମାଲକାନଗିରି ଶ୍ରୀ ନରସିଂହ ମାଡକାମିଙ୍କ ସହିତ ଏମୟୁଜେର ସାମ୍ବାଦିକ ଏବଂ କର୍ମକର୍ତ୍ତାମାନେ ଗୋଟିଏ ସୌଜନ୍ୟମୂଳକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଭାଇମାନଙ୍କ ବିଭିନ୍ନ ସମସ୍ୟା ଯଥା: ସାମ୍ବାଦିକ ପେନସନ, ସ୍ବାସ୍ଥ୍ୟ ବୀମା ଏବଂ ସାମ୍ବାଦିକ ମାନଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବା ଇତ୍ୟାଦି ବିଷୟରେ ବିଧାୟକ ଶ୍ରୀ ମାଡ଼କାମି ବିଧାନସଭାରେ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏହା ସହିତ ସେ ମାଲକାନଗିରି ଜିଲ୍ଲାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଯଥା ସ୍ବାସ୍ଥ୍ୟ ସେବାରେ ଉନ୍ନତି, ଶିକ୍ଷା ବ୍ୟବସ୍ଥା, ବିଭିନ୍ନ ଜଳସେଚନ ପ୍ରକଳ୍ପ, ରାସ୍ତାଘାଟର ଉନ୍ନତି ତଥା ଗମନାଗମନର ସୁବିଧା, ରେଳପଥ ସଂଯୋଗ, ବିମାନ ଚଳାଚଳ, ମାଲକାନଗିରି ସହର ଉପକଣ୍ଠରେ ବାଇପାସ୍ ରାସ୍ତା ନିର୍ମାଣ, ଚାଷୀ ଭାଇ ମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ମୋହନ ମାଝିଙ୍କ କହିବା ଅନୁସାରେ, ଏହି ସରକାର ହେଉଛି ଜନସାଧାରଣଙ୍କ ସରକାର, ତେଣୁ ଜନସାଧାରଣଙ୍କ ଉନ୍ନତି ହିଁ ଏହି ସରକାରଙ୍କ ଏକମାତ୍ର ଲକ୍ଷ। ପରିଶେଷରେ ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ମହୋଦୟ, ଜିଲ୍ଲାର ସମସ୍ତ ସାମ୍ବାଦିକ ତଥା ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ। ଉକ୍ତ ସଭାରେ ବିଜେପିର ବିଭିନ୍ନ କର୍ମକର୍ତ୍ତା ଯଥାକ୍ରମେ: ସର୍ବଶ୍ରୀ ନୀହାର ରାୟ, ସଞ୍ଜୟ ସରକାର, ମାନିକଲାଲ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ଶିଶିର ହାଲଦାର, ବିଜୟ ମହାରାଣା ଏବଂ ରତନ ବଣିକଙ୍କ ସହିତ ଏମୟୁଜେର କର୍ମକର୍ତ୍ତା ଏବଂ ବିଭିନ୍ନ ସାମ୍ବାଦିକ ତଥା ଏମୟୁଜେ ଉପ ସଭାପତି ସତ୍ୟନାରାୟଣ ପଣ୍ଡା, ଗୋପି କୃଷ୍ଣ ପଟ୍ଟନାୟକ, ଶିବ ପ୍ରସାଦ କୀର୍ତ୍ତନିୟା, କାମରାଜ ଜେନା, ଅସିମ ବିଶ୍ଵାସ, ଏ ଈଶ୍ୱର ରାଓ, ଶଙ୍କର ପାଲ, ବିକ୍ରମ କେଶରୀ ପାଢ଼ୀ, କୃଷ୍ଣ ରାୟ, ଚକ୍ରଧର ପଟ୍ଟନାୟକ, ଗୋବିନ୍ଦ ମଣ୍ଡଲ, ଦିବାକର ଭଗବାନ, କବିରାଜ ଏବଂ ସନ୍ତୋଷ ନାୟକ ଉପସ୍ଥିତ ଥିଲେ ଏବଂ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.