ଜବରଦଖଲ କରୁଥିବା ମଶାଣିର ସୁରକ୍ଷା ପାଇଁ ତାର ବାଡ ଲଗାଇଲେ ଗ୍ରାମବାସୀ

ମାଲକାନଗିରି,୨୫।୬ ମାଲକାନଗିରି ଜିଲ୍ଲା ଏମଭି ୧୭ ଗ୍ରାମରେ ଦୀର୍ଘ ବର୍ଷ ଧରି ରାଧାନାଥପୁର ଗାଁର ମଶାଣିକୁ ଲୋକେ ଅନ୍ତେଷ୍ଟି ପାଇଁ ବ୍ୟବହାର କରି ଆସୁଥିବା ବେଳେ ଏହାକୁ କିଛି ବ୍ୟକ୍ତି ଜବରଦଖଲ କରୁଥିବାରୁ ଲୋକେ ଏହାକୁ ବିରୋଧ କରି ନିଜେ ତାର ବାଡ ଦେଲେ । ଅଭିଯୋଗ ଅନୁଯାୟୀ ଏମଭି ୧୭ ଗ୍ରାମର ଲୋକେ ଗ୍ରାମ ନିକଟରେ ରାଧାନାଥପୁର ଗାଁର ମଶାଣିରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଦାହ ସଂସ୍କାର କରିଆସୁଛନ୍ତି । କିନ୍ତୁ ଶ୍ୟାମଳ କୀର୍ତ୍ତନିୟା ଏବଂ ତାଙ୍କ ସମ୍ପର୍କୀୟ ସୁଷେନ୍ ବୋଷ ହଠାତ ଦିନେ ସମ୍ପୂର୍ଣ ମଶାଣିକୁ ଜେସିବି ମେସିନ ଲଗେଇ ସଫା କରିଦେଇଥିଲେ । ତେବେ ଏହି ସମୟରେ ଗ୍ରାମର ପଲ୍ଲୀ ମଙ୍ଗଳ କମିଟିର ସଦସ୍ୟ ତଥା ଅନ୍ୟ ଲୋକ ମାନେ ଏହାକୁ ବିରୋଧ କରିଥିଲେ । ସେହି ସମୟରେ ଶ୍ୟାମଳ କିର୍ତ୍ତନିୟା କହିଥିଲେ ଯେ, ରାଜସ୍ଵ ନିରିକ୍ଷକ ଆମକୁ ଏହି ଜମି ଦେଖେଇ ଦେଇଛନ୍ତି, ତେଣୁ ଏହାକୁ ଆମେ ସଫା କରୁଛୁ । ଏଠାରେ ଭଲିବଲ ଖେଳିବା ପାଇଁ ଖେଳ ପଡିଆ ତିଆରି ହେବ ଓ ଲାଇଟ ଲାଗିବ । ଲୋକ ଏଠାକୁ ଆସି ବୁଲାବୁଲି କରି ପାରିବେ ବୋଲି କହିଥିଲେ । ତେବେ ଏହା ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଉତ୍ତମ ସ୍ଥାନ ଟିଏ ମିଳିବ ଭାବି ଅନ୍ୟ ମାନେ ନୀରବ ରହିଥିଲେ । କିନ୍ତୁ ଏହାର କିଛି ଦିନ ପରେ ଦିନେ ସଂପୂର୍ଣ୍ଣ ଗାଁ ଲୋକେ ଶ୍ୟାମଳ କିର୍ତ୍ତନିୟାଙ୍କୁ ଏହି ଖେଳ ପଡିଆ ହେବାକୁ ଥିବା ସ୍ଥାନ ନିରୂପଣ ପାଇଁ କହିବାରୁ ସେ ଲୋକଙ୍କୁ ୧୫ଦିନ ସମୟ ମାଗିଥିଲେ । କିନ୍ତୁ ଦୁଇ ଏହାକୁ ମାସରୁ ଉର୍ଦ୍ଧ୍ବ ସମୟ ଅତିକ୍ରମ କରିବା ସତ୍ତ୍ଵେ ଶ୍ୟାମଳ ଲୁଚି ଲୁଚି ଉକ୍ତ ଜମି ଅନ୍ୟ ଲୋକଙ୍କ ପାଖରେ ବିକ୍ରି କରିବାର ସୂଚନା ଗାଁ ଲୋକଙ୍କ ପାଖରେ ପଞ୍ଚିବାରୁ ଗ୍ରାମବାସୀ ଏଥିରେ ଉତ୍ତଯକ୍ତ ହୋଇ ଏକ ବୈଠକ କରିଥିଲେ । ଗ୍ରାମର ପ୍ରତି ପରିବାରରୁ ଜଣେ ଜଣେ ବ୍ୟକ୍ତି ଗାଁ ମଶାଣିର ସୁରକ୍ଷା ପାଇଁ ମଶାଣି ପଦୟକୁ ଯାଇ ସେଠାରେ ତାର ବାଡ ଲଗେଇବାକୁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଆଧାରରେ ଆଜି ଶତାଧିକ ସ୍ଥାନୀୟ ଲୋକେ ନିଜସ୍ୱ ଖର୍ଚରେ ଗ୍ରାମର ଏହି ମଶାଣି ଜାଗାରେ ତାର ବାଡ ଲଗାଇଛ ଏହାକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.