କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କ ଉପରେ କୁକୁର ଛାଡ଼ିବା ଘଟଣାକୁ ତୀବ୍ର ବିରୋଧ କରି ଏମୟୁଜେ ପକ୍ଷରୁ ଡିଜିଙ୍କ ଉଦ୍ଦେଶ୍ୟରେ ଏସପିଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି, ୨୭/୦୬: ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ ପକ୍ଷରୁ ଭୁବନେଶ୍ବର ଠାରେ ମହିଳା ସାମ୍ବାଦିକଙ୍କ ଉପରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଛାଡ଼ିବା ଘଟଣାକୁ ତିବ୍ର ବିରୋଧ କରାଯାଇଛି । ଏଥି ସହିତ ସହିତ ତାଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ ପକ୍ଷରୁ ଓୟୁଜେର ଡାକରା କ୍ରମେ ମାଲକାନଗିରି ଏସପିଙ୍କ ଜରିଆରେ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଅନେକ ଅତ୍ୟାଚାର ଅବିଚାର ହୋଇଥିବା ନଜିର ରହିଛି। ଜଣେ କାର୍ଯ୍ୟରତ ସାମ୍ବାଦିକ ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ଅନେକ ସମୟରେ ଆକ୍ରମଣର ଶିକାର ହୋଇଥାନ୍ତି। ତେବେ ଏହାରି ଭିତରେ ଭୁବନେଶ୍ୱର ଠାରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଏଭଳି କାରନାମା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ଉପରେ କୁକୁର ଛାଡ଼ିବା ଘଟଣାକୁ ଦୃଢ଼ତାର ସହ ନିନ୍ଦା କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ସହିତ ସମ୍ପୃକ୍ତ ପୂର୍ବତନ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଏହି ସମୟରେ ମାଲକାନଗିରି ୟୁନିୟନ ଅଫ୍ ଜରନାଲିଷ୍ଟ ସଂଘର ସଭାପତି ଦେବପ୍ରସାଦ ଦାସ, ସତ୍ୟନାରାୟଣ ପଣ୍ଡା, ଏ ଇଶ୍ଵର ରାଓ, ଶିବପ୍ରସାଦ କିର୍ତନୀୟା, ଦେବବ୍ରତ ସାନା, ପ୍ରସାଦ ନାୟକ, କ୍ରିଷ୍ନପଦ ରାୟ, ବିକ୍ରମ ପାଢ଼ୀ, ପ୍ରକାଶ ପଟ୍ଟନାୟକ, ସନ୍ତୋଷ ନାୟକ, ଆବ୍ରହାମ କୁମାର ସେନାପତି ସହିତ ଅର୍ଗସର ମାଲକାନଗିରି ପ୍ରତିନିଧି ବିକ୍ରମ କେଶରୀ ସ୍ବାଇଁ ଏବଂ ରାହୁଲ ଗଲୋରୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.