xmas

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ମାସେ ବ୍ୟାପି ଶିଶୁ ଶ୍ରମିକ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ମାଲକାନଗିରି: ଶିଶୁ ଶ୍ରମିକ ଉଚ୍ଛେଦ ଏଵଂ କିଶୋର ଶ୍ରମିକ ବିପଦ ସଙ୍କୁଳ କ୍ଷେତ୍ରରେ ନିରାକରଣ ନିମନ୍ତେ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ଷମ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇ ଆସୁଅଛି । ଏଥିରେ ଜିଲ୍ଲାର ଶିଶୁ ଶ୍ରମିକ ନିରାକରଣ ରଥ ସଚେତନତା ରାଲି ସଚେତନତା ସଭା ଇତ୍ୟାଦି କରାଯାଇ ଅଛି। ଟାସ୍କ ଫୋର୍ସ କମିଟି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ବୁଲି ଶିଶୁ ଶ୍ରମିକ ଉଦ୍ଧାର କରିଛନ୍ତି। ଏ ପରିପେକ୍ଷରେ ଆଜି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଲକାନାଗିରି ଠାରେ ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ଝୋଟି ପ୍ରତିଯୋଗିତା କରା ଯାଇଥିଲା । ଏଥିରେ ପ୍ରାୟ ଚିତ୍ରାଙ୍କନ ୧୧ ଜଣ ଝୋଟିର ୧୫ ଜଣ ଭାଗ ନେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ରାୟ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ବିଭାଗ ତରଫୁରୁ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକ ଏବଂ ତନ୍ମୟ ମଣ୍ଡଳ ବିଚାରକ ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.