xmas

ବର୍ଷା ଯୋଗୁଁ ମାଲକାନଗିରି ସହରର ୱାର୍ଡ ନମ୍ବର ୭ରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା; ଲୋକଙ୍କ ଘରଦ୍ୱାର ନଷ୍ଟ

ଥଇଥାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ

ମାଲକାନଗିରି: ମାଲକାନଗିରିରେ ବର୍ଷା ଯୋଗୁଁ ପୌର ପରିଷଦର ୱାର୍ଡ ନମ୍ବର ୭ରେ କୁତ୍ରିମ ବନ୍ୟା ସହ ଘରଦ୍ୱାର ବ୍ୟାପକ କ୍ଷୟ କ୍ଷତି ହୋଇଥିବା ପରିଲକ୍ଷିତ ହେଉଛି । ବର୍ଷା ଜଳ ନିଷ୍କାସନ ହୋଇନ ହେବା କାରଣରୁ ଲୋକଙ୍କ ଘରେ ବର୍ଷା ଜଳ ପଶି ବ୍ୟାପକ କ୍ଷତି ହୋଇଛି । ତେବେ ଏବେ ବର୍ଷା କମିଛି କିନ୍ତୁ ବିପନ୍ନଙ୍କ ଲାଗି ଦୁଖଃ ଓ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏହି ଅଞ୍ଚଳରେ ଥିବା ବାଲିସାଗର ପୋଖରୀର ଉନ୍ନତିକରଣ କରାଯାଉଥିବା ବେଳେ ଏହା ପାର୍ଶ୍ବରେ ଥିବା ଘରଗୁଡିକ ଏବେ ବିପଦସଂକୁଳ ଅବସ୍ଥାରେ ରହିଛି । ପରିଷଦ ପକ୍ଷରୁ ବାଲିସାଗର ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ଜାରୀ ରହିଥିବା ବେଳେ ଏହାର ହୁଡାଗୁଡିକ ବହୁ ଉଚ୍ଚା କରାଯାଇଛି । ଯାହା ଫଳରେ ହୁଡାଠାରୁ ପାର୍ଶ୍ବରେ ଥିବା ଘରଗୁଡିକ ପ୍ରାୟ ୨୦ ଫୁଟ ତଳେ ରହିଛି । ତେବେ ପୁର୍ବରୁ ବର୍ଷା ଜଳ ପୋଖରୀକୁ ଯାଉଥିବା ବେଳେ ବର୍ତମାନ ହୁଡା ଉଚ୍ଚତା ବୃଦ୍ଧି ଯୋଗୁଁ ବର୍ଷା ଜଳ ନିଷ୍କାସନ ନ ହୋଇ ଘରେ ବର୍ଷା ଜଳ ପଶୁଛି । ଯାହା ଫଳରେ ଲୋକଙ୍କ ଘର ଦ୍ୱାର ଭାଙ୍ଗିବା ସହ ଘରର ଅନେକ ଆସବାବପତ୍ର ନଷ୍ଟ ହୋଇଛି । ଏପରିକି କଛି ଝାଟିମାଟି ଘରର କାନ୍ଥ ଭୁଶୁଡି ପଡିଛି । ଯାହା ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖବର ପାଇ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପୌର ପରିଷଦର ୱାର୍ଡ ନମ୍ବର ୭ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ମାଲକାନଗିରି ପୌର ପରିଷଦ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶୀଘ୍ର ଥଇଥାନ କରିବାକୁ ୱାର୍ଡ ନମ୍ବର ୭ର ବାସନ୍ତୀ ଗୌଡ଼ ଓ ସୋମନାଥ ନାୟକ ଅଭିଯୋଗ କରିଛନ୍ତି। ତେବେ ସମସ୍ୟା ସମାଧାନ ସହ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ବୋଲି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.