xmas

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ମାଲକାନଗିରି, ୩୦/୦୬/୨୪:ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକ ମାଲକାନଗିରି ସଦର ଲାଠିଆଗୁଡା ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ନେତୃତ୍ୱରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗତ ନିର୍ବାଚନରେ ବିଜୁ ଜନତା ଦଳ ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଦୁଇଟି ବିଧାନସଭା ଆସନରେ ପରାଜୟର କାରଣ ଖସି ଯିବା ସହ ବିଶେଷ ଭାବେ ସମୀକ୍ଷା କରାଯାଇଛି । ଆଜିର ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସମସ୍ତ ବ୍ଲକ ଅଧ୍ୟକ୍ଷା, ଅଧ୍ୟକ୍ଷ, ପୋୖର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ବିଜୁ ଜନତା ଦଳର ନେତୃମଣ୍ଡଳୀ ଏବଂ ବିଜେଡି କାର୍ଯ୍ୟକର୍ତ୍ତା ନିଜ ନିଜର ମତବ୍ୟକ୍ତ କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ପରାଜୟରେ ହତୋତ୍ସାହିତ ନ ହୋଇ ପୂର୍ବ ଭଳି ଦଳୀୟ ସଙ୍ଗଠନକୁ ଆଗକୁ ବଢାଇବାକୁ ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମୀ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସହ ଅଧିକରୁ ଅଧିକ ଯୋଡି ହୋଇ ୨୫ ବର୍ଷରେ ନବୀନ ସରକାର କଣ କଣ କରିଛନ୍ତି ଲୋକଙ୍କୁ ଅବଗତ କରାଇବା ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳକୁ ପୁନର୍ବାର ସୁଦୃଢ କରିବା ପାଇଁ ପରାମର୍ଶ ଦେଲେ । ଆଜିର ସମୀକ୍ଷା ବୈଠକରେ ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ସହ ଜିଲ୍ଲା ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସମସ୍ତ ବ୍ଲକ ଅଧ୍ୟକ୍ଷା/ଅଧ୍ୟକ୍ଷ, ଜିଲ୍ଲା ଛାତ୍ର ସଭାପତି ତାପଶ ରଞ୍ଜନ ନାୟକ ଓ ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ ପ୍ରମୁଖଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବିଶିଷ୍ଟ ନେତୃମଣ୍ଡଳୀ ଓ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.