ସାମାଜିକ ଅନୁଷ୍ଠାନ ଗୁଣ୍ଡୁଚି ମୂଷା ତରଫରୁ ରିକ୍ସା ଚାଳକଙ୍କୁ ପୋଷାକ ବଣ୍ଟନ

କଟକ,୩୦/୬: ସାମାଜିକ ଅନୁଷ୍ଠାନ ଗୁଣ୍ଡୁଚି ମୂଷା ତରଫରୁ ରିକ୍ସା ଚାଳକ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଶୁଭ୍ରାଂଶୁ ପରିଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇ ଶହରୁ ଉର୍ଦ୍ଧ୍ବ ରିକ୍ସା ଚାଳକମାନଙ୍କୁ ଲୁଙ୍ଗି, ଗାମୁଛା, ବାଲଟି, ସାର୍ଟ, ବିସ୍କୁଟ ଇତ୍ୟାଦି ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ପରିଡ଼ା ନିଜ ପେନସନ୍ ପଇସାରୁ ଏହିପରି କାର୍ଯ୍ୟ ପ୍ରତ୍ୟେକ ତିନି ମାସରେ ଥରେ ଲେଖାଁଏ କରି କଟକର ଗରିବ ରିକ୍ସା ଚାଳକ ମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ଦେବବ୍ରତ ବର୍ମା, ହିମାଂଶୁ ପରିଡା, ଅରିନ୍ଦ୍ର ଭୁଂୟା, ସତ୍ୟପ୍ରିୟ ମହାନ୍ତି, ଅରୁଣ ପତି, ପଶୁପ୍ରେମୀ ପୁଷ୍ପାଙ୍କ ବାନାର୍ଜୀ, ଶିକ୍ଷକ ମାନସ ରଞ୍ଜନ ପରିଡ଼ା, ସଙ୍ଗୀତ ନିର୍ଦ୍ଦେଶକ ଗୌତମ ସିକଦାର ପ୍ରମୁଖ ଯୋଗ ଦେଇଥିଲେ। ସୁଚେତା, ଅନୁଭା, ଲଗ୍ନଜିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.