ଗୋଟିଏ ସପ୍ତାହରେ ଦୁଇଟି ଚୋରି

  • ତାଲା ଭାଙ୍ଗି ବାଇକ ସହ ଟଙ୍କା, ଏଟିଏମ ଚୋରି
  • ଦୁର୍ବୃତ୍ତ ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଲେ

ବଡ଼ଚଣା: ଦିନକୁ ଦିନ ଚୋରି, ଡକାୟତ, ରାହାଜାନୀ ଏଭଳି ଘଟଣା ମାନ ବଢ଼ି ବଢ଼ି ଚାଲିଛି l ପୋଲିସର ଅପାରଗତା ନା ଠିକସେ ପାଟ୍ରୋଲିଙ୍ଗ ଅଭାବରୁ ଏ ସବୁ ଘଟୁଛି l

ପ୍ରକାଶ ଯେ, ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତର କୁନ୍ଦଳ ଛକ ଏଵଂ ଗରଗାଲି ଗ୍ରାମରୁ ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇଟି ଚୋରି ଘଟଣା ସାଧାରଣ ଲୋକଙ୍କୁ ଭୟଭୀତ କରିଛି l ଗତ ଚାରି ଦିନ ତଳେ କୁନ୍ଦଳ ଛକରେ ରହୁଥିବା ରଘୁ ବାବୁଙ୍କ ଘରୁ ବାଇକ ଚୋରି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଗତକାଲି ଗରଗାଲି ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ଘରୁ କିଛି ଦୁର୍ବୃତ୍ତ ଘରର ଗ୍ରିଲ ତାଲା ଭାଙ୍ଗି ହୋଣ୍ଡା ୟୁନିକନ୍ ଓଡି୦୪ଇ ୭୨୯୧ନମ୍ୱର କଳା ରଙ୍ଗର ବାଇକ ସହ ଘର ଭିତରୁ ଏଟିଏମ କାର୍ଡ, ମନି ପର୍ସ ଚୋରି କରିଥିବା ଦେଖିବାକୁ ମିଳିଛି l ଘରେ ଏଵଂ ବାହାରେ ସିସି କ୍ୟାମେରା ଲାଗିଥିଲେ ମଧ୍ଯ ଦୁର୍ବୃତ୍ତ ମାନେ ସେ ସବୁକୁ ଭାଙ୍ଗି ଦେଇଛନ୍ତି l ଏ ନେଇ ସକାଳୁ ଜାଣିବା ପରେ ଲକ୍ଷ୍ମୀଧରଙ୍କ ପୁଅ ବୁଲୁ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଅଭିଯୋଗକୁ ଭିତ୍ତି କରି ଏହି ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଏଠି ପ୍ରଶ୍ନ ଉଠୁଛି ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇଟି ଚୋରି ପାଖାପାଖି ଜାଗାରୁ କେମିତି ହେଉଛି l କିଛି ଠାଉରିଆ ଚୋର ନା ପ୍ରଫେସନାଲ ଚୋର ଏହି ଘଟଣା ମାନ କରୁଛନ୍ତି l ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକଙ୍କ ମନ ଭିତରେ ଏକ ଭୟର ବାତାବରଣ ଜାଗ୍ରତ ଉଙ୍କି ମାରିଛି l

Leave A Reply

Your email address will not be published.