xmas

ଆରପାରିରେ ପୂର୍ବତନ ବିଧାୟକ ଆଦିତ୍ୟ ଭାଇ; ଶେଷ ଦର୍ଶନ କଲେ ଜିଲ୍ଲାବାସୀ

ମାଲକାନଗିରି, ୦୪/୦୭: ଜିଲ୍ଲା ମୁଖ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କର ପାର୍ଥିବ ଶରୀର। ଆଜି ସେ ଆଉ ନାହାନ୍ତି। ଜିଲ୍ଲାର ତମାମ ବିଜେପି କର୍ମକର୍ତ୍ତା ପାର୍ଟି କାର୍ଯ୍ୟାଳୟରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଦଳୀୟ ମର୍ଯ୍ୟାଦାରେ ପାର୍ଟିର ଚିହ୍ନ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି କର୍ମକର୍ତ୍ତା। ଦଳ ମତ ନିର୍ବିଶେଷରେ ବିଭିନ୍ନ ଦଳୀୟ କର୍ମୀଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଛନ୍ତି। ମାଲକାନଗିରି ନିର୍ବାଚନ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଉଭୟ ନରସିଂହ ମାଡ଼କାମି ଏବଂ ମଙ୍ଗୁ ଖିଲ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେବା ସହିତ ଶେଷ ତଥା ବିଦାୟ ଯାତ୍ରାରେ ସାମିଲ ହୋଇଛନ୍ତି। ଜିଲ୍ଲାର ତମାମ ରାଜନେତା ଆଜି ଆଦିତ୍ୟ ମାଡ଼ିଙ୍କର ଶେଷ ଦର୍ଶନରେ ସାମିଲ ହୋଇଛନ୍ତି। ସମସ୍ତଙ୍କ ଆଖିରେ ଆଜି ପାଣି, ଜିଲ୍ଲାରେ ଆଜି ତାଙ୍କର ଅବର୍ତମାଣରେ ଝୁରୁଛନ୍ତି। କହି ରଖେ ସେ ଜଣେ ଭଳ ବ୍ୟକ୍ତିତ୍ଵ ଥିଲେ, ମେଳାପି ରହିଥିଲେ। ଯାହାକି ଦଳ ପାଇଁ ଅପୂରଣୀୟ କ୍ଷତି ଘଟିଛି। ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଭୁବନେଶ୍ୱର ଏମ୍ସରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିଲା। ତେବେ ୨ ବର୍ଷ ପୂର୍ବେ ତାଙ୍କର କିଡନୀ ପ୍ରତିରୋପୋନ କରାଯାଇଥିଲା। ପୂର୍ବତନ ବିଧାୟକ ଆଦିତ୍ୟ ଭାଇ ୨୦୧୯ଠାରୁ ୨୦୨୪ପର୍ଯ୍ୟନ୍ତ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ ତୁଲାଇଥିଲେ। ଏବଂ ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରଚାର ପ୍ରସାରରେ ନିଜ ଦଳକୁ ସହଯୋଗ କରିଥିଲେ। କିନ୍ତୁ ପରିତାପର ବିଷୟ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତାଙ୍କର ଅକାଳ ବିୟୋଗରେ ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ରୋଡାନ ପଲ୍ଲୀ ଗ୍ରାମରେ ସେ ୨୨.୦୭.୧୯୭୪ ମସିହାରେ ଜନ୍ମ ଗ୍ରହଣ କରିଥଲେ। ଗତକାଲି ଅର୍ଥାତ୍ ୩.୦୭.୨୦୨୪ ତାରିଖ ପ୍ରାଣ ତ୍ୟାଗ କରିଛନ୍ତି। ଅର୍ଥାତ୍ ୫୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କହି ରଖେ ପ୍ରାରମ୍ଭିକ ଜୀବନରେ ଶିକ୍ଷକତା କରୁଥିଲେ ଓ ଆରଏସଏସର ଆଦର୍ଶରେ ଅନୁପ୍ରାଣୀତ ହୋଇ ଜଣେ ରାଷ୍ଟ୍ରୀୟ ସ୍ଵୟଂସେବକ କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ । ଭାଜପାରେ ଯୋଗଦାନ କରି ପ୍ରଥମ ୨ ଥର ବିଧାୟକ ପ୍ରାର୍ଥୀ ହୋଇ ପରାଜୟବରଣ କରିଥିଲେ । ଭାଜପା ଜିଲ୍ଳା ସଭାପତି ମଧ୍ୟ ରହିଥିଲେ ଏବଂ ତୃତୀୟ ଥର ୨୦୧୯ ମସିହାରେରେ ବିଧାୟକ ହୋଇଥିଲେ। କିନ୍ତୁ ପରିତାପର ବିଷୟ ଦୀର୍ଘ ସମୟ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଛନ୍ତି। ଆଜି ଆମ ଗହଣରେ ଆଉ ନାହାନ୍ତି। ତାଙ୍କର ପରିବାର ସହିତ ସମଗ୍ର ଜିଲ୍ଲାବାସୀଙ୍କ ଏଭଳି ଦୁଃଖଦ ଘଟଣା ସମ୍ପୂର୍ଣ୍ଣ ସ୍ତବ୍ଧ କରିଛି। ଏହି ଅବସରରେ ବିଜେପିର ବହୁ ନେତା ପୂର୍ବତନ ବିଧାୟକ ଡମ୍ବୁରୁ ଶିସା, ଅଶୋକ କୁମାର ପରିଡ଼ା, ସଞ୍ଜୟ ସରକାର, ନବଘନ ଲକେଇ, ଶଜୁ ସରକାର, ମାଣିକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.