xmas

ଏୟାରଷ୍ଟ୍ରିପ ପାଚେରୀ ଭୁଶୁଡ଼ିବା ଘଟଣା; ପୁନଃନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ଆନ୍ଦୋଳନକୁ ସ୍ତଗିତ ରଖିଲା ଜିଲ୍ଲା କଂଗ୍ରେସ କମିଟି

ମାଲକାନଗିରି: ଗତ ବର୍ଷ ଜୁନ୍ ୧ ତାରିଖ ୨୦୨୩ ମସିହାରେ ମାଲାକନଗିରି ବିମାନ ବନ୍ଦରର ପାଚେରୀ ଭାଙ୍ଗି ଦୁଇଜଣ ମୃତ୍ୟୁବରଣ କରିଥିଲେ । ସେହିପରି ଚଳିତ ବର୍ଷ ଜୁନ୍ ୮ ତାରିଖ ଦିନ ମଧ୍ୟ ପୁର୍ନବାର ଉକ୍ତ ବିମାନ ବନ୍ଦରର ପାଚେରୀ ଭାଙ୍ଗି ଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ବିମାନ ବନ୍ଦରର ପାଚେରୀ କାମ ଅତି ନିମ୍ନମାନର ହୋଇଥିବାରୁ ଏପରି ପରିସ୍ଥିତି ଉପୁଜିଛି । ପାଚେରୀ ନିମନ୍ତେ ବ୍ୟବହାର ହୋଇଥିବା ସାମଗ୍ରୀ ଗୁଡିକ ଅତି ନିମ୍ନମାନର ଓ ପାଚେରୀ ନିର୍ମଣ ସମୟରେ କୌଣସି ପିଲାର କିମ୍ବା ଲୁହା ରଡ ମଧ୍ୟ ବ୍ୟବହାର କରାଯାଇନଥିବାରୁ ଏପରି ପରିସ୍ଥିତି ଉପୁଜିଥିଲା। ଏହି ପାଚେରୀକୁ ଭାଙ୍ଗି ପୁର୍ନବାର ନିର୍ମାଣ କରିବା ପାଇଁ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲା। ଯଦି ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦିଆ ନ ଗଲେ ଆଗାମୀ ୧୫ ଦିନ ମଧ୍ୟରେ ଜିଲ୍ଲାରେ ଆନ୍ଦୋଳନ କରାଯିବା ସହ ଜିଲ୍ଲା ବନ୍ଦ କରାଯିବ ବୋଲି ଉଲ୍ଲେଖ ରହିଥିଲା। ତେବେ ଆଜି ଜିଲ୍ଲା କଂଗ୍ରେସ ତରଫରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥଇବା ପ୍ରକାଶ କରିଛନ୍ତି । ଏଥିସହ ଜିଲ୍ଲାପାଳ ସମ୍ପୃକ୍ତ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଏୟାଷ୍ଟ୍ରିପର ପାଚେରୀକୁ ପୁନଃନିର୍ମାଣ କରିବା ପାଇଁ ପତ୍ର ମାଧ୍ୟମରେ ଆଦେଶ ଦେଇଥିବାରୁ ଏହାକୁ ସ୍ଥଗିତ ରଖା ଯାଇଥିବା ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଶ୍ରୀନିବାସ ରାଓ, କେଶୁ ରାଓ, ପଦ୍ମ ପାଙ୍ଗି ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.