ବିଦ୍ୟାଳୟରେ ଚାଉଳ ବାଛିବା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଛାତ୍ରୀ

ମାଲକାନଗିରି,୫।୭: ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି ଏବଂ ପାଠ ପଢାରେ ସୁଧାର ଆଣିବା ପାଇଁ ସ୍ମାର୍ଟ କ୍ଲାସ ଠାରୁ ସ୍ମାର୍ଟ ବିଦ୍ୟାଳୟ ନିର୍ମାଣ କରାଯାଇଛି । ସେମାନଙ୍କୁ ଉତ୍ତମ ମାନର ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । କିନ୍ତୁ କେତେକ ଅସାଧୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଓ କର୍ମଚାରୀ ବିଦ୍ୟାଳୟରେ ମନମୁଖୀ କାର୍ଯ୍ୟ କରୁଥିବାରୁ ପିଲାଙ୍କୁ ମିଳୁନି ଉଚିତ ଶିକ୍ଷା । ପାଠ ପଢା ବଦଳରେ ପୋକଡ଼ା ଚାଉଳ ବାଛିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଆଦିବାସୀ ବହୁଳ ଅଞ୍ଚଳର ଛାତ୍ରୀ । କିଛି ଏମିତି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହକୁମାରର କୁମାରପୁଟ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ । ଯେଉଁଠି ରାତିରେ ଛାତ୍ରୀମାନକୁ ଷ୍ଟୋର ରୁମରେ ବସେଇ ପୋକଡା ଚାଉଳ ବାଛିବା କାର୍ଯ୍ୟରେ ନିୟୋଜିତ କରାଯାଉଛି । ବିୟଳୟରେ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହା ଜାଣିବି ଅଜଣା ରହୁଛନ୍ତି ପରି ମନେ ହେଉଛି । ତେବେ ଏଠାରେ ପିଲାଙ୍କୁ ଏପରି ରୀତିମତ ରୋଷେଇ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହୋଇଥିବା ବେଳେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ପିଲାଏ ପାଠ ଛାଡି ଏପରି କାର୍ଯ୍ୟ କରୁଥିବା ମଧ୍ୟ ସୂଚନା ମିଳିଛି । ଏହାସହ ଛାତ୍ରୀ ମନେ ଯଦି ଏହାକୁ ବିରୋଧ କରି ମୁହଁ ଖୋଲୁଛନ୍ତି ତେବେ ସେମାନଙ୍କୁ ଧମକ ଦିଆଯାଉଥିବା ମଧ୍ୟ ସୂଚନା ମିଳିଛି । ଯାହାକୁ ନେଇ ସାଧାରଣରେ ଅନେକ ଓ ଅଭିବାହକ ମହଲରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିବା ବେଳେ ଏନେଇ ଆମେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁଙ୍କୁ ଯୋଗାଯୋଗ କରିଥିଲେ ହେ ତାହା ସମ୍ଭବ ହୋଇ ନ ପାରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହି ।

Leave A Reply

Your email address will not be published.