ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଶତାଧିକ ଔଷଧୟୀ ବୃକ୍ଷରୋପଣ

ମାଲକାନଗିରି, ୬/୭: ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସର ରେ ଶତାଧିକ ଔଷଧୀୟ ବୃକ୍ଷ ରୋପଣ ଆଜି କରାଯାଇଛି। ଏହି ଅବସରରେ ଏସପି ନୀତେଶ ୱାଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ ଚାରାରୋପଣ କରି ବୃକ୍ଷରୋପଣର ଉପକାରିତା ସମ୍ପର୍କରେ କହିବା ସହିତ ନିଜ ଶିଶୁର ଯତ୍ନ ନେବା ପରି ଗଛ ଲଗାଇ ତାର ଯତ୍ନ ନେବା ଦରକାର, ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ବୋଲି କହିଥିଲେ। ଏହି ଅବସରରେ ଡିଏସପି ଯଦୁ ମଣି ଜେନା, ଏସ୍ଡ଼ିପିଓ, ଡିଏସପି ଓ ଅନ୍ୟାନ୍ୟ ପୁଲିସ ଅଧିକରୀ, ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ସହିତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହି ଚାରାରୋପଣ କରିଥିଲେ। ଅନୁରୂପ ଭାବେ ମାଲକାନଗିରି ମହାବିଦ୍ୟାଳୟରେ ୭୫ତମ ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏଥିରେ ମାଲକାନଗିରି ବନ ବିଭାଗର ରେଞ୍ଜର ଶ୍ରୀମତୀ ମନଶ୍ୱନୀ ଦେବୀ ଓ ଫରେଷ୍ଟର ଡି.ପ୍ରଧାନ ଏବଂ ଅନ୍ୟ ବନ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା, ଜାତୀୟ ସମର ବାହିନୀ ଓ ଯୁବ ରେଡ଼କ୍ରସର ସମସ୍ତ ସ୍ବେଛାସେବୀଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ବୃକ୍ଷ ରୋପଣ କରିଥିଲେ l ଶେଷରେ ନାରା ଦିଆଯାଇଥିଲା “ମାଆ ପାଇଁ ଗଛଟିଏ ” l

Leave A Reply

Your email address will not be published.