xmas

ଗୋଟି ପହଣ୍ଡି ବେଳେ ହାମୁଡେଇ ପଡ଼ିଲେ ବଡ଼ ଠାକୁର

ଆଜି ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ପରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇଥିଲେ।

ପୁରୀ: ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆଜି ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ପରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇଥିଲେ। ବଡ଼ ଠାକୁର ତାରମାଳରେ କିଛି ସମୟ ବସିବା ପରେ ଗୋଟି ପହଣ୍ଡିରେ ଚାଲିଥିଲେ। ଏଥିରେ ୫ରୁ ଅଧିକ ସେବାୟତ ଆହତ ହୋଇଥିବା ଜଣାପଡ଼ିଛି। ଆହତ ସେବାୟତଙ୍କୁ ଷ୍ଟ୍ରେଚରରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଅଣା ଯାଇଥିଲା। ସେଠାରୁ ସେମାନଙ୍କୁ ମେଡ଼ିକାଲ୍‌ ନିଆଯାଇଛି।

Leave A Reply

Your email address will not be published.