xmas

ଜାତୀୟ ରାଜପଥ ଓ ସହରରେ ବୁଲା ଗୋରୁ ଗାଈଙ୍କ ଦୌରାତ୍ମ, ନାମକୁ ମାତ୍ର ପୌର ପରିଷଦରେ ଅଛି କାଞ୍ଜିଆହୁଦା, ପୌର ପରିଷଦ ଅଧିକାରୀଙ୍କ ନିଘା ନାହିଁ

ମାଲକାନଗିରି: ଦିନକୁ ଦିନ ମାଲକାନଗିରି ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ବୁଲା ଗୋରୁ ଗାଈଙ୍କ ଦୌରାତ୍ମ ବୃଦ୍ଦି ପାଇବାରେ ଲାଗିଛି, ବୁଲ ଗୋରୁଙ୍କ କବ୍‌ଜାରେ ରାଜରାସ୍ତା ଥିବାବେଳେ ଅନେକ ପଥଚାରୀ ଦୁର୍ଘଟଣାରେ ଆହତ ମଧ୍ୟ ହେଉଛନ୍ତି । ରାତି ହେଲେ ଏହି ବୁଲା ଗୋରୁଙ୍କ ସଂଖ୍ୟା ଅଧିକ ହେଉଥିବା ବେଳେ ପୌର ପରିଷଦ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କାଞ୍ଜିଆହୁଦା ନାମକୁ ମାତ୍ର ରହିଛି ବୋଲି ସାଧାରଣରେ ପିଆରଏସଏନ ସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ରାସ୍ତା ଘାଟ କଲୋନି ଗୁଡିକ ବୁଲା ଗୋରୁ ଗାଈଙ୍କ ଚରାଭୁଇଁ ପାଲଟିଥିବାରୁ ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପ୍ରାୟ ସମୟରେ ଜାତୀୟ ରାଜପଥ ଓ ସହର ରାସ୍ତା ମଝିରେ ଗୋରୁ ଗାଈଙ୍କ ଶୋଇ ରହିବା ଯୋଗୁ ବାରମ୍ବାର ଦୁର୍ଘଟଣା ମାନ ଘଟି ଅନେକ ଗାଡି ଚାଳକ ଓ ବାଟୋଇ ଆହତ ହେଉଛନ୍ତି । ବୁଲା ଗୋରୁ ଗାଈଙ୍କ ଦୌରାତ୍ମରେ ଅତିଷ୍ଟ ହୋଇ ସହରବାସୀ ପୌର ପରିଷଦରେ ପୂର୍ବରୁ ଅନେକ ଥର ଅଭିଯୋଗ କଲା ପରେ ଦିନେ ଦୁଇଦିନ ଡାକବାଜି ଯନ୍ତ୍ର ଯୋଗେ ଗୋରୁ ଗାଈ ମାନଙ୍କୁ ରାସ୍ତାକୁ ନ ଛାଡିବା ପାଇଁ ଘୋଷାଣା କରାଯାଇ ଚୁପ ଚାପ ରହି ଯାଉଥିବାରୁ ତାପରେ ସ୍ଥିତି ପୂର୍ବ ଅବସ୍ତାକୁ ଫେରୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଦିନକୁ ଦିନ ଏହି ବୁଲା ଗୋରୁଙ୍କ ସଂଖ୍ୟା ପୂର୍ବ ତୁଳାନାରେ ଆହୁରି ଅଧିକ ବଢିବା ସହ ରାଜ ରସ୍ତରେ ଗୋରୁ ଗୁଡିକ ଶୋଇ ରହୁଥିବାର ଦେଖା ଯାଉଛି । ତେବେ ହି ସମସ୍ଯା ଦୂର ପାଇଁ ପୌର ପରିଷଦ ଅଧିନସ୍ଥ ଏମଭି ୨ ଗ୍ରାମରେ ଗତ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ ଲକ୍ଷାଧିକ ଟଙ୍କା ବ୍ୟୟରେ କାଞ୍ଜିଆହୁଦା ଟିଏ ନିର୍ମାଣ କରାଯାଇଥିଲା । ବୁଲା ଗାଇ ଗୋରୁଙ୍କୁ ରଖିବା ନିମନ୍ତେ କାଞ୍ଚିଆହୁଦା ଟିଏ ନିର୍ମାଣ କରାଯାଇଥିଲେ ମଧ୍ୟ ରାସ୍ତାରେ ବୁଲୁଥିବା ଗୋରୁ ଗାଇଙ୍କୁ ସେଠାରେ ରଖା ଯାଉନଥିବା ଜଣାପଡିଛି । କର୍ତ୍ତୃପକ୍ଷ ବୁଲା ଗୋରୁ ଗାଇଙ୍କ ମାଲିକ ମାନଙ୍କୁ ଚିହ୍ନଟ କରି ଅର୍ଥଦଣ୍ଡ ଦେଉନଥିବା କିମ୍ବା କାଞ୍ଜିଆହୁଦାରେ ରଖିପାରୁ ନଥିବାରୁ ଦିନକୁ ଦିନ ଗାଇ ଗୋରୁ ଗୁଡିକ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଓ ପୌର ପରିଷଦର ରାସ୍ତାଘାଟ, ସାହି ବସ୍ତି ଗୁଡିକରେ ବୁଲିବା ସହିତ ରାସ୍ତା ମଝିରେ ରାସ୍ତାକୁ ଅବରୋଧ କରି ଶୋଇ ରହୁଥିବାରୁ ଟ୍ରାଫିକ ଜାମ ହୋଇ ଦୁର୍ଘଟଣା ବଢିଚାଲିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏହି ଗୋରୁ ଗାଇ ଗୁଡିକ ରାସ୍ତା ମଝିରେ ମଳତ୍ୟାଗ କରି ପରିବେଶ ଦୂଷିତ କରିବା ସହ ବିଭିନ୍ନ ଲୋକମାନଙ୍କର ଘରବାଡି, ଫୁଲ ବଗିଚାରେ ପଶି ଫସଲ ଓ ଫୁଲ ଗଛଗୁଡିକୁ ଖାଇ ଦେଉଛନ୍ତି । ତୁରନ୍ତ ପୌର ପରିଷଦ ପକ୍ଷରୁ କାଞ୍ଚିଆହୁଦାରେ ଏହି ଗୋରୁଙ୍କୁ ରଖି ମାଲିକ ମାନଙ୍କୁ ଅର୍ଥ ଜୋରିମାନା ସହିତ ତାଗିଦ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.