xmas

ଆମ ସମ୍ବଳ ପକ୍ଷରୁ ମେଗା ବୃକ୍ଷରୋପଣ

କଟକ: ସାମାଜିକ ସଂଗଠନ ଆମ ସମ୍ବଳ ପକ୍ଷରୁ ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ରାମନଗର ପରିସରରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ସୁଶାନ୍ତ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଆଇଇଟି, କଟକର ବରିଷ୍ଠ ପ୍ରଶିକ୍ଷକ ଶକ୍ତି ପାଲ, ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ସନ୍ୟାସୀ ଜୀ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦାସ, ବରିଷ୍ଠ ଆଇନଜୀବୀ ଶୁଭାଶିଷ ମହାନ୍ତି, ଗ୍ରାମ୍ୟ କମିଟି ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ସିଆରସିସି ସୁନୀଲ କୁମାର ସେନାପତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ କିସମର ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ଆଲୋକେଶ ରାୟ, ସିତାରାମ ପାଲ, ଦେବେନ୍ଦ୍ର ମୋହନ ଗମାଙ୍ଗ, ଯୁଗ୍ମ ସମ୍ପାଦକ ମହାଶିଷ ତରାଇ, ନିଳାଦ୍ରୀ ଦାସ, ସୁବେଶ କୁମାର ପୃଷ୍ଟି, ମନ୍ମଥ ସାହୁ, ବଳରାମ ବେହେରା, ଜ୍ଞାନରଞ୍ଜନ ବେହେରା, ବିଚିତ୍ରାନନ୍ଦ ବେହେରା, ପ୍ରଭାସିନୀ ଜେନା, ବିନିତା ନନ୍ଦୀ, ମହାରାଣୀ ସ୍ବାଇଁ, ସୁସ୍ମିତା ମହାନ୍ତି, ଶର୍ମିଷ୍ଠା ଦାସ, ସୁମନ ପାଲ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ରାମନଗର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.