xmas

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ସମୀକ୍ଷା ବୈଠକ

ଭୁବନେଶ୍ୱର, ୧୮/୭: ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ସମୀକ୍ଷା ବୈଠକ ଚନ୍ଦ୍ରଶେଖରପୁର ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ ଏକ ଘରୋଇ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗତ ବିଧାନସଭା ନିର୍ବାଚନରେ ବିଜେପି ତରଫରୁ ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଥିଲା। ନିର୍ବାଚନ ଜିତିବା ପାଇଁ ଦଳ ତରଫରୁ ବିଭିନ୍ନ ରଣ କୌଶଳ ଅବଲମ୍ବନ କରାଯାଇଥିଲା । ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ନିର୍ବାଚନ ସମୟରେ କେନ୍ଦ୍ରୀୟ ନେତୃତ୍ୱ ତଥା ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ମାନଙ୍କ ସହିତ ବିଭିନ୍ନ ସମୟରେ ନିର୍ବାଚନୀ ସଭା କରାଯାଇ କିପରି ଓଡ଼ିଶାରେ ଡବଲ ଇଂଜିନ ସରକାର ଆସିପାରିବ ସେଥି ପାଇଁ ମଧ୍ୟ ଜୋରଦାର ପ୍ରୟାସ କରାଯାଇଥିଲା। ସମସ୍ତ କର୍ମକର୍ତ୍ତା, ନେତୃମଣ୍ଡଳୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ସରକାର ଗଠନ ହୋଇଥିଲା। କିନ୍ତୁ କିଛି ନିର୍ବାଚନ ମଣ୍ଡଳୀରେ ପରାଜୟ ବରଣ କରିବାକୁ ପଡ଼ିଥିଲା। ଉତ୍ତର ନିର୍ବାଚନ ମଣ୍ଡଳୀରେ ତଳ ସ୍ତରରୁ ଆରମ୍ଭ କରି ଉପର ସ୍ତରର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତୃମଣ୍ଡଳୀ ଆକ୍ରାନ୍ତ ପରିଶ୍ରମ କରିଥିଲେ ମଧ୍ୟ କେଉଁଠି ତ୍ରୁଟି ରହିଲା ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ତୃଟି ସୁଧାରିବା ସହିତ ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ବୁଥ ସ୍ତରରୁ ସଂଗଠନକୁ ମଜବୁତ କରିବା ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା। ଉକ୍ତ ସମୀକ୍ଷା ବୈଠକରେ ପୂର୍ବତନ ବିଧାୟକ ତଥା ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଦଳର ସମସ୍ତ କାର୍ଯ୍ୟକର୍ତ୍ତା ନିର୍ବାଚନ ସମୟରେ ସୁଚାରୁରୂପେ କାର୍ଯ୍ୟ କରିଥିବା ସମ୍ପର୍କରେ ଆଲୋଚନା କରି କାର୍ଯ୍ୟକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କର୍ମୀ ମାନେ ନିଷ୍ଟାର ସହ କାର୍ଯ୍ୟ କରିଥିବାରୁ ସେ ସାଂସଦ ହେବା ସହିତ ଓଡ଼ିଶାରେ ବିଜେପି ସରକାର ଆସିପାରିଲା। ଓଡ଼ିଶାର ବିକାଶ ପାଇଁ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ। ଭୁବନେଶ୍ୱର ଉତ୍ତରର ବିକାଶ କାର୍ଯ୍ୟକ୍ରମରେ ପ୍ରିୟଦର୍ଶୀ ମିଶ୍ର ହିଁ କର୍ଣ୍ଣଧାର ସାଜିବେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେଇ ନିଷ୍ଠା ଓ ଏକାଗ୍ରତା ରଖି ଦଳ ପାଇଁ କାମ କଲେ ଦେଶ ଓ ରାଜ୍ୟର ବିକାଶ ସମ୍ଭବ ବୋଲି କହିଥିଲେ। ଅନ୍ୟତମ ପର୍ଯ୍ୟବେକ୍ଷକ ସୁକେଶୀ ଓରାମ ସହ ପର୍ଯ୍ୟବେକ୍ଷକ ଜୀବନ ସାହୁଙ୍କ ସମେତ ସମସ୍ତ ମଣ୍ଡଳ କର୍ମକର୍ତ୍ତା ତଥା ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.