xmas

ପାଣ୍ଡ୍ୟା ନୁହେଁ, ରୋହିତଙ୍କ ସ୍ଥାନ ନେଲେ ସୂର୍ଯ୍ୟ କୁମାର ଯାଦବ

ଜିମ୍ବାୱେ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ଅଭିଷେକ ଶର୍ମାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସୁଯୋଗ ମିଳି ନାହିଁ। କିନ୍ତୁ ରିୟାନ ପରାଗ ସ୍କ୍ୱାଡରେ ରହିଛନ୍ତି।

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ପରେ ଟି-୨୦ରେ ଭାରତର କମାଣ କିଏ ସମ୍ଭାଳିବେ? ଏହାକୁ ନେଇ ଚାଲିଥିବା ସସପେନ୍ସ ଉପରୁ ପରଦା ହଟିଛି। ଟି-୨୦ରେ ଟିମ ଇଣ୍ଡିଆର ସ୍ଥାୟୀ ଅଧିନାୟକ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ।

ପୂର୍ବରୁ ରୋହିତଙ୍କ ସ୍ଥାନ ହାର୍ଦ୍ଦିକ ପାଣ୍ଡ୍ୟା ନେବେ ବୋଲି କୁହାଯାଉଥିଲା। କାରଣ ସେ ରୋହିତଙ୍କ ଡେପୁଟି ଥିଲେ। ହେଲେ ବିସିସିଆଇ ସମସ୍ତଙ୍କୁ ଚକମା ଦେଇ ସୂର୍ଯ୍ୟ କୁମାରଙ୍କୁ କ୍ୟାପ୍ଟେନ କରିଛି। ଶ୍ରୀଲଙ୍କା ବିପକ୍ଷ ସିରିଜରୁ ସୂର୍ଯ୍ୟ କୁମାର ନିଜର ନୂଆ ଦାୟିତ୍ୱ ଆରମ୍ଭ କରିବେ।

ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ହୋଇଥିବା ବେଳେ ଶୁବମନ ଗିଲ୍‌ ଟି-୨୦ରେ ଭାରତର ଉପ ଅଧିନାୟକ ହୋଇଛନ୍ତି। ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ସିରିଜରେ କେବଳ ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି।

ଜିମ୍ବାୱେ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ଅଭିଷେକ ଶର୍ମାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସୁଯୋଗ ମିଳି ନାହିଁ। କିନ୍ତୁ ରିୟାନ ପରାଗ ସ୍କ୍ୱାଡରେ ରହିଛନ୍ତି। ବିଶ୍ୱକପ ବିଜୟୀ ଦଳରେ ଥିବା ଋଷଭ ପନ୍ତ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ ଟି-୨୦କୁ କମବ୍ୟାକ କରିଛନ୍ତି।

ଏମାନଙ୍କ ବ୍ୟତୀତ ଯଶସ୍ୱୀ ଜୈସୱାଲ, ସଞ୍ଜୁ ସାମସନ ଓ ଶିବମ ଦୁବେ ଜିମ୍ବାୱେ ଟୁର ଭଳି ଶ୍ରୀଲଙ୍କା ଗସ୍ତରେ ଯିବେ। ରିଙ୍କୁ ସିଂହ, ରବି ବିଷ୍ଣୋଇ, ଖଲୀଲ ଅହମଦ ଓ ୱାଶିଂଟନ ସୁନ୍ଦର ମଧ୍ୟ ସ୍କ୍ୱାଡରେ ଅଛନ୍ତି।

ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଟି-୨୦ ସିରିଜ ଜୁଲାଇ ୨୭ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ। ପ୍ରଥମ ମ୍ୟାଚ୍‌ ୨୭, ଦ୍ୱିତୀୟ ମ୍ୟାଚ୍‌ ୨୮ ଓ ତୃତୀୟ ଟି-୨୦ ଜୁଲାଇ ୩୦ ତାରିଖରେ ଖେଳାଯିବ।

ଶ୍ରୀଲଙ୍କା ଯାତ୍ରା ପାଇଁ ଭାରତୀୟ ଦଳ
ଟି -୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ଯଶସ୍ୱୀ ଜୌସ୍ୱାଲ, ରିଙ୍କୁ ସିଂ, ରିୟାନ ପରାଗ, ଋଷଭ ପନ୍ତ, ସଞ୍ଜୁ ସାମସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଆକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୁଇ, ଅର୍ଶଦୀପ ସିଂ, ଖାଲିଲ ଅହମ୍ମଦ, ମହମ୍ମଦ ସିରାଜ ।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର), ଋଷଭ ପନ୍ତ, ଶ୍ରେୟସ୍ ଆୟର, ଶିବମ୍ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ୍ ପରାଗ, ଅକ୍ସର ପଟେଲ, ଖଲିଲ ଅହମ୍ମଦ, ହର୍ଷିତ ରାଣା ।

Leave A Reply

Your email address will not be published.