xmas

ଲଘୁଚାପ ଜନିତ ବର୍ଷାରେ ମାଲକାନଗିରି ଜିଲ୍ଲାରେ ମୋଟ ୮୩.୮ ମିଲିମିଟର ବର୍ଷା, ତଳି ଅଞ୍ଚଳରେ ବଢୁଛି ଜଳସ୍ତର, ପ୍ରଶାସନ ତରଫରୁ ସଜାଗ

ମାଲକାନଗିରି, ୧୯।୭: ଆଜିଠାରୁ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାକୁ ଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆ ଯାଇଛିା ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ ଆଜି ସକାଳ ଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛିା ବିଶେଷ କରି ମାଲକାନଗିରି ଜିଲ୍ଲାରେ ଆଜି ପାଣିପାଗ ବିଭାଗ ତରଫରୁ ଦିଆ ଯାଇଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକରେ ୬.୨ ମିଲିମିଟର, ମାଥିଲି ବ୍ଲକରେ ୩.୦ ମିଲିମିଟର, ଖଇରପୁଟ ବ୍ଲକରେ ୫.୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୬.୬ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୯.୦ ମିଲିମିଟର, କାଲିମେଳା ବ୍ଲକରେ ସର୍ବାଧିକ ୪୦.୦ ମିଲିମିଟର ଓ ପଡିଆ ବ୍ଲକରେ ୧୪.୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ୱମୋଟ ୮୩.୮ ମିଲିମିଟର ବର୍ଷା ହୋଇଥିବା ସୂଚନା ପ୍ରଦାନ କରା ଯାଇଛିା ଜିଲ୍ଲାରେ ହାରାହାରି ୧୧.୯୭ ମିଲିମିଟର ବର୍ଷା ହୋଇଥିବା ସୂଚନା ପ୍ରଦାନ କରା ଯାଇଛିା ଅନ୍ୟ ପକ୍ଷରେ ମାଲକାନଗିରି ଜିଲ୍ଲାର ପୋଟେରୁ, ଏମ୍‌.ଭି. ୯୦,ଏମ୍‌.ଭି. ୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ, ତାର୍ଲାକୋଟା ପ୍ରଭୃତି ଅଂଚଳର ନଦୀ ମାନଙ୍କରେ ଜଳସ୍ରୋତ ଧୀରେ ଧୀରେ ବୃଦ୍ଧି ପାଇବା ବେଳେ କିଛି ସ୍ଥାନରେ ପୋଲ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ଯଦି ଏହି ବର୍ଷା ରାତି ତମାମ ଲାଗି ରହିଲେ ଆସନ୍ତା କାଲି ସକାଳ ସୁଦ୍ଧା ଜିଲ୍ଲାର ଆହୁରି ଅନେକ ନଦୀ ଗୁଡିକରେ ଜଳସ୍ରୋତ ବୃଦ୍ଧି ପାଇ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛିା ବିଶେଷ କରି ଜିଲ୍ଲାର ତଳି ଅଞ୍ଚଳରେ ବର୍ଷା ଯୋଗୁଁ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ନଦୀ କୁଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣ ଓ ପରିବାର ବର୍ଗଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ ସଜାଗ ରହିଛନ୍ତିା ସେହିପରି ଏହି ଜନସାଧାରଣଙ୍କ ଖାଦ୍ୟପେୟ, ରହିବା ପାଇଁ ସ୍ଥଳ ଇତ୍ୟାଦି ମଧ୍ୟ ପ୍ରସ୍ତୁତ ହୋଇ ଯାଇଛିା ସେହିପରି ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ସଜାଗ ରହିଥିବା ସୂଚନା ମିଳିଛିା ପ୍ରକାଶ ଥାଉ କି, ଜିଲ୍ଲାର ଏହି ନଦୀ ମାନଙ୍କରେ ପ୍ରତିବର୍ଷ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ରୋତ ବୃଦ୍ଧି ପାଇ ନଦୀ ପୋଲ ଉପରେ ପ୍ରାୟ ୫ ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଥିବା ନଜିର ରହିଛିା ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ନଦୀ ମାନଙ୍କ ଉପରେ ଥିବା ପୋଲ ଗୁଡିକର ଉଚ୍ଚତା ବୃଦ୍ଧି ପାଇଁ ନୂତନ ପୋଲ ନିର୍ମାଣ ନିମନ୍ତେ ଟେଣ୍ଡର କରା ଯାଇଥିଲେ ସୁଦ୍ଧା ଆଜକୁ ତିନିବର୍ଷ ବିତିଗଲାଣି ସମସ୍ତ ନଦୀର ପୋଲ ଗୁଡିକ ଅଧା ପନ୍ତରିଆ କାର୍ଯ୍ୟ ହୋଇ ପଡିରହିଛିା ତେଣୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହୋଇ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ ବାହ୍ୟ ଜଗତରୁ ବିଛିନ୍ନ ହେବାର ସମ୍ଭାବନା ରହିଛିା ସେହିପରି ଯୋଗାଯୋଗ ବିଛିନ୍ନ, ଜାନବାହାନ ଚଳାଚଳ ବନ୍ଦ ଭଳି ବହୁ ସମସ୍ୟା ମଧ୍ୟ ଦେଖା ଯିବାର ସମ୍ଭାବନା ରହିଛିା ତେଣୁ ପୋଲ ଗୁଡିକର ଉଚ୍ଚତା ବୃଦ୍ଧି କାର୍ଯ୍ୟ କେବେ ଶେଷ ହେବ ଏବଂ କେବେ ଜିଲ୍ଲାର ଜନସାଧାରଣ ଏହି ସମସ୍ୟାରୁ ତ୍ରାହି ପାଇବେ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା

Leave A Reply

Your email address will not be published.