xmas

ନଦୀ କୂଳରେ ଡ୍ୟାମ ନିର୍ମାଣ ବିରୋଧ ସହ କାମ ବନ୍ଦ କରିବାକୁ ଦାବି କଲେ କମଳାପଦର ଗ୍ରାମବାସୀ

ମାଲକାନଗିରି, ୧୯।୭: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ, ଗୋବିନ୍ଦପାଲ୍ଲୀ ପଞ୍ଚାୟତର କମଳା ପଦର ଗ୍ରାମ ନିକଟରେ ଗରିଆ ନଦୀକୂଳ ଲାଗି ରହିଛି l ଏହି ନଦୀ ଦୁଇ ପାର୍ଶ୍ଵରେ କମଳାପଦର, ଗୋଜିଆଗୁଡା, ବାଲିଆମ, ପାକନାଗୁଡା,ଭଳି ଅନେକ ଗୁଡିଏ ଗାଁ ରହିଛି l ତେବେ ଏହି ନଦୀରେ ଏକ ଡ୍ୟାମ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ଏହି ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । କାରଣ ଏହି ଡ୍ୟାମ ହେଲେ ନଦୀକୁ ଲାଗିଥିବା ଗାଁ ଗୁଡିକରେ ଧନ ଜୀବନ ସହ ବହୁ ଲୋକଙ୍କ ଘର, ଜମି କ୍ଷତିଗସ୍ତ ହେବ । ଯାହାଫଳରେ ଗରିବ ଜନ ସାଧାରଣ କ୍ଷତି ଗ୍ରସ୍ତ ହେବାର ଆଶଙ୍କା ରହିଅଛି l ଏହି ଡ୍ୟାମ କାର୍ଯ୍ୟ ଜାରି ଥିବା ବେଳେ ଏହାର ତଦାରଖ ନିମନ୍ତେ ଆଜି ସରକାରୀ ଅଧିକାରୀ ଆସିବାର ସୂଚନା ପାଇ କମଳାପଦର ଗ୍ରାମବାସି ଏବଂ ପୂର୍ବତନ ସରପଞ୍ଚ ଧବୁଲୁ ଖିଲ ନଦୀ ପାଖରେ ଏକାଠି ହୋଇଥିଲେ l ଉପସ୍ଥିତ ସମସ୍ତ ଗ୍ରାମବାସି ଏକାଠି ହୋଇ ସରକାରୀ କର୍ମଚାରିଙ୍କ ସହ ଆଲୋଚନା କରିବା ସହ ଡ୍ୟାମ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବାରୁ ଜାଗା ଜମି ଓ ଧନ ଜୀବନକୁ ନେଇ ପ୍ରଶାସନିକ ସ୍ତରରେ କଣ ପଦକ୍ଷେପ ନିଆଯାଇଛି ସେନିଏ ପିଆରଏସଏନ କରିଥିଲେ ଗ୍ରାମବାସି l ତେବେ ସରକାରୀ ସ୍ଥରରେ ନିଆଯାଇଥିବା ପଦକ୍ଷେପକୁ ଗ୍ରାମବାସି ଲିଖିତ ଭାବେ ଅଧିକାରୀଙ୍କ ଠାରୁ ମାଗିବା ପରେ ଲିଖିତ ଭାବେ ଏହା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ ସରକାରୀ କର୍ମଚାରୀ । ଯାହାଦ୍ୱାରା ଗ୍ରାମ ନିକଟ ନଦୀରେ ଡ୍ୟାମ କରିବାକୁ ଦେବୁ ନାହିଁ ବୋଲି ଗ୍ରାମବାସୀ ମାନେ ଦାବି କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଯେ, ନିରୀହ ଆଦିବାସୀ ଗରିବ ଜନ ସାଧାରଣ ମୁଣ୍ଡର ଝାଳ ତୁଣ୍ଡରେ ମାରି ପାହାଡ଼ ଝରଣା ମାଟି ପୋତି ବହୁ ଦୁଃଖ କଷ୍ଟରେ ଜମି ଚାଷ କରି ପରିବାର ପ୍ରତିପୋଷଣ କରୁଛୁ । ତେବେ ଡ୍ୟାମ ହେଲେ ଆମେ କ୍ଷତିଗ୍ରସ୍ତ ହେବୁ, ଆମ ଜୀବନ ଜୀବିକା ହରେଇବାକୁ ପଡିବ l ସେଥିପାଇଁ ଆମେ ଡ୍ୟାମ ନିର୍ମାଣ ହେବାକୁ ଦେବୁ ନାହିଁ, କ୍ଷତିଗ୍ରସ୍ତ ଜାଗା ଜମି ଘର ହରେଇ ଆମେ କୁଆଡେ ଯିବୁ, ଜୀବନ ହାରିବୁ ପଛେ ଡ୍ୟାମ ନିର୍ମାଣ କରିବାକୁ ଦେବୁ ନାହି ବୋଲି ଲୋକେ ଦାବି କରିଥିଲେ । ଯଦି ଏହି ନଦୀ ନିକଟସ୍ଥ ଗ୍ରାମବାସୀଙ୍କ ଦୁଃଖ ସରକାର ନବୁଝନ୍ତି, ତାହେଲେ ଆମ୍ଭେ ନଦୀ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଥିବା ଗ୍ରାମବାସୀ ଆଗାମୀ ଦିନରେ ରାଜରାସ୍ତା ରୋକ କରିବୁ ଏବଂ ଜିଲ୍ଲା ପାଳ ଅଫିସ ଘେରାଉ କରିବୁ ବୋଲି ମଧ୍ୟ ଗ୍ରାମବାସି ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.