ବଣ୍ଡାଘାଟୀରେ ଖସିଲା ମାଟି ଅତଡ଼ା; ରାସ୍ତାରେ ପ୍ରଖୋର ସ୍ରୋତରେ ବର୍ଷା ଜଳ

ମାଲକାନଗିରି, ୨୦।୭: ମାଲକାନାଗିରି ଜିଲ୍ଲାରେ ଦୁଇ ଦିନ ହେଲା ଲଗାଣ ବର୍ଷା । ଲଗାଣ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲ ଉପରେ ପାଣି ଚଢ଼ି ଯିବାରୁ ଯାତାୟାତ ଏକ ପ୍ରକାରର ଠପ୍ ହୋଇଯାଇଛି । ହେଲେ ଆଜି ପ୍ରବଳ ବର୍ଷା ଫଳରେ ବଣ୍ଡାଘାଟିର ମାଙ୍କଡଝୋଲା ନିକଟରେ ପାହାଡ ଉପରୁ ମାଟି ଅତଡା ସହ ପ୍ରଖୋର ସ୍ରୋତରେ ରାସ୍ତା ଉପରେ ବର୍ଷା ଜଳ ଆସିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ବର୍ଷାର ପରିମାଣ କମିବାରୁ ଯାତାୟାତ ସ୍ଵାଭାବିକ ହୋଇଛି । ତଥାପି ବିଭିନ୍ନ ସ୍ଥାନରେ ଅଳ୍ପ ଅଳ୍ପ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.