ରାମଚନ୍ଦ୍ର କାଡ଼ାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ କଂଗ୍ରେସ ଆଜି ତା’ର ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିଛି।

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଦେଢ଼ ମାସ ପରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ସେହିପରି ଅଶୋକ ଦାସ ବିଧାୟକ ଦଳର ଉପନେତା ହୋଇଛନ୍ତି। ବିଧାୟକ ସିଏସ୍‌ ରାଜନ ଏକ୍କାଙ୍କୁ ମୁଖ୍ୟ ସଚେତକ କରାଯାଇଛି। ଏଆଇସିସି ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ସୂଚନା ଜାରି କରାଯାଇଛି।

ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ କଂଗ୍ରେସରୁ କେହି ସାମିଲ ହୋଇ ନଥିଲେ। କଂଗ୍ରେସର ବିଧାୟକ ଦଳ ନେତା ବଛା ହୋଇ ନଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଆଉ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖୋଦ୍ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଥିଲେ ଯେ କଂଗ୍ରେସ ଭଳି ଏକ ପୁରୁଣା ଦଳ ସର୍ବଦଳୀୟ ବୈଠକରେ ଯୋଗ ନଦେଇପାରିବା ଦୁର୍ଭାଗ୍ୟଜନକ।

Leave A Reply

Your email address will not be published.