xmas

ଓକିଲ ସଙ୍ଘର ବାର୍ଷିକ ଉତ୍ସବ

ଆଇନଜୀବୀଙ୍କୁ ଘାରିଛି କଳାର ମୋହ
କଟକ, (ନୃସିଂହ ଚରଣ ଦାସ): କୋର୍ଟରେ ଥିଲେ ବିଚାରପତି । ଆଇନଜୀବୀମାନେ ବି ଥିଲେ ଭରପୂର୍ । ହେଲେ ନଥିଲେ ମହକିଲ କି ଅପରାଧୀ। ନଥିଲା ପୋଲିସର ପ୍ରହରା କି ଓକିଲଙ୍କ ଯୁକ୍ତିତର୍କ । ସମସ୍ତେ ଭାଇ ଭାଇ। ସମସ୍ତଙ୍କ ମୁହଁରେ ଏକ୍ ଅଜଣା ଉତ୍ସାହ। ଏହାରି ଭିତରେ ବି ଶୁଭୁଥିଲା ଉଚ୍ଚ କଣ୍ଠସ୍ୱର। ସଜ୍ଜା ଯାଇଥିଲା ମଞ୍ଚ ଓ ସଭାମଞ୍ଚ । ଏଭଳି ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା ସୋମବାର ସାଲେପୁର କୋର୍ଟ ପରିସରରେ । ସୁନ୍ଦର ସାଜ୍ ସଜ୍ଜା ଓ ରଙ୍ଗିନୀ ଆଲୋକମାଳାରେ ଚମକୁ ଥିଲା । ଆଉ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ୪୧ତମ ସାଲେପୁର ଓକିଲ ସଙ୍ଘର ବାର୍ଷିକ ଉତ୍ସବ । ବାର୍ଷିକ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଟାଙ୍ଗୀ -ସାଲେପୁର ବିଜେପି ସଂଗଠକ ହିମାଂଶୁ ମହାନ୍ତି l ତାଙ୍କ ସହ ସାଲେପୁର ବାର ଆସୋସିଏସନ ସଭାପତି ତଥା ଭାରତୀୟ ଜନତା ପାର୍ଟି ସାଲେପୁର ମଣ୍ଡଳ ସଭାପତି ବଡ଼ ଭାଇ ବିକ୍ରମ କେଶରୀ ବଳ, ବଡ଼ ଭାଇ ସତ୍ୟବାଦୀ ଚଇନି, ସାନ ଭାଇ ମନୋଜ ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ରାଜିବ ଷଡ଼ଙ୍ଗୀ, ବିଚାରପତି ଓ ସାଲେପୁର ବାର ଆସୋସିଏସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ଚନ୍ଦନ ମୋ ପାଇଁ କଳଙ୍କ ଟୋପା । ଯାହାକୁ ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ଅଶ୍ଵିନୀ ସାହୁ ଓ ପ୍ରଫୁଲ୍ଲ କୁମାର ନାୟକ। ବାର ସଭାପତି ବିକ୍ରମ ବଳଙ୍କ ସମେତ ବହୁ ଆଇନଜୀବୀ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ସେହିପରି ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କରଯାଇଥିଲା।

Leave A Reply

Your email address will not be published.